jayashree

ଶିକ୍ଷା ବିଭାଗ ଦ୍ୱାରା ବୈଶାଖ ମେଳାରେ ଜଳସେବା ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୀର୍ଘ ଦୁଇ ବର୍ଷ ଅନ୍ତରାଲ ପରେ ବୈଶାଖ ଯାତ୍ରା – ୨୦୨୨ ଅନୁଷ୍ଠିତ ହୋଇଥିବାରୁ ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକ୍ରମ ମାନ ହୋଇଥିଲା ଏବଂ ସେଥିରେ ମଧ୍ୟରୁ ଶିକ୍ଷା ବିଭାଗ ବରଗଡ ଜିଲ୍ଲା ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଛପଙ୍କ ନିର୍ଦ୍ଦେଶାନାମା ଓ ପାଇକମାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୁଡାମଣି ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଭାରତ ସ୍କାଉଟ ଏବଂ ଗାଇଡ ଆନୁକୂଲ୍ୟରେ ଜଳସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସଂସ୍କୃତ ବିଦ୍ୟା ନିକେତନ ପ୍ରଧାନ ଶିକ୍ଷକ ପ୍ରେମରାଜ ପାଣିଗ୍ରାହୀ, ମହାଦେବ ବେହେରା, ପ୍ରମୋଦ ପ୍ରଧାନ, ନଗେନ୍ଦ୍ର ପାଣିଗ୍ରାହୀଙ୍କ ସହଯୋଗ କରିଥିଲେ । ଶାରିରୀକ ଶିକ୍ଷା ନୀରିକ୍ଷକ ଆଶୁତୋଷ ଦେ, ସୁଦର୍ଶନ ମାହାକୁର, ଅକ୍ଷୟ ସାହୁ, ଧନଞ୍ଜୟ ବୁଡେକ, ଅମିତ ସାହୁ, ନମିତା ସାହୁ, ବିଜୟ ଲକ୍ଷ୍ମୀ ଖାମସା, ରଣ୍ମିତା ଡନସନା, ଆନନ୍ଦ ଭୋଇ, ଜଗିରିଧାରୀ ଡନସନା ପ୍ରମୁଖ ଶିବିର ପରିଚାଳନା କରିଥିଲେ । ଜଳସେବା ଶିବିର ୧୪ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖ ଦିନ ସମାପ୍ତ ହୋଇଥିବା ବେଳେ ବ୍ଲକ ଶିକ୍ଷା ଅଧିକାରୀ ଚୁଡାମଣି ବାରିକ ପ୍ରଥମ ଦିନରେ ଉଦ୍‌ଘାଟନ କରିଥିଲେ । ଦ୍ବିତୀୟ ଓ ତୃତୀୟ ଦିନରେ ବହୁ ଶିକ୍ଷକ, ଛାତ୍ରଛାତ୍ରୀ ମାନେ ନିଜେ ନିଜେ ଆସି ସହଯୋଗ କରିଥିବାର ପରିଲକ୍ଷିତ ହୋଇଥିଲା ।

Leave A Reply

Your email address will not be published.