om academy

ନୂଆପଡା ଜିଲ୍ଲାରେ ପ୍ରବଳ ବର୍ଷା ପେଣ୍ଡରାବନ୍ଦଠାରେ ଥିବା ପୁରୁଣା ବସଷ୍ଟପ ତିଖାଲି ଜଳମଗ୍ନ

jsm

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ବ୍ଲକ ପେଣ୍ଡରାବନ୍ଦର ପୁରଣା ବସଷ୍ଟପ ତିଖାଲି ଲୋଅର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ପାଇଁ ଜଳ ମଗ୍ନ ହୋଇଅଛି । ମିଳିଥିବା ସୂଚନା ଅନୁସାରେ ତିଖାଲି ଲୋଅର ଇନ୍ଦ୍ର ଜଳସେଚନକୁ ପ୍ରତି ଘଣ୍ଟାରେ ୫୩୭.୪୫ କିୟୁବିକ ଜଳ ପ୍ରବେଶ କରୁଥିବା ବେଳେ ତିନି ଗୋଟି ଗେଟ ଖୋଲାଯାଇ ୫୦୦ କିୟୁବିକ ଜଳ ନିଷ୍କାସନ ହେଉଥିବା ବିଭାଗୀୟ ଅଧିକାରୀମାନେ ପ୍ରକାଶ କରିଛନ୍ତି । ପେଣ୍ଡରାବନ୍ଦ ଗ୍ରାମ ପୁରୁଣା ବସଷ୍ଟପ୍ ବୁଡି ଯାଇଅଛି । ସେହିପରି ବସଷ୍ଟପ୍ ସାମ୍ନାରେ ଥିବା ଦୁଇଗୋଟି ଘର ବୁଡି ଯାଇଅଛି । ଜିଲ୍ଲାରେ ଗତ ଦୁଇ ଦିନ ହେବ ଲଗାଣ ବର୍ଷା ହେବା କାରଣରୁ ସାଧାରଣ ଜୀବନ ଯାତ୍ରା ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଅଛି ।

Leave A Reply

Your email address will not be published.