oom

ପଥଚାରୀଙ୍କ ପାଇଁ ଖୋଲିଲା ଜଳଛତ୍ର କେନ୍ଦ୍ର

jsmm

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଡେଲାଙ୍ଗ କୋଠବାଡ ପଞ୍ଚାୟତର ଯୁବ ସରପଂଚ ତଥା ସମାଜସେବୀ ଦୀପକ୍ କୁମାର ସାହୁଙ୍କ ପ୍ରଚେଷ୍ଟାରେ ଗଢ଼ି ଉଠିଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଡେଲାଙ୍ଗ ଯୁବକ ସଂଘ ପକ୍ଷରୁ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଲକ୍ଷ ରଖି, ବଡ଼ ଆଙ୍କୁଲା, ସାନ ଅଂକୁଲା, ମେଡିକାଲ ଛକରେ ପଥଚାରି, ବାଟୋଇମାନଙ୍କୁ ପାନୀୟ ଜଳଛତ୍ର ଯୋଗାଇ ଦିଆଯାଉଛି । ଏହି କାର୍ଯ୍ୟକ୍ରମରେ ରବୀନ୍ଦ୍ର ପ୍ରଧାନ, ଦୁଷ୍ମନ୍ତ ଦାସ, ଅମରେନ୍ଦ୍ର ମହାନ୍ତି, ସୁରେନ୍ଦ୍ର ସାହୁ, ପଦ୍ମଚରଣ ସାହୁ, ରତିକାନ୍ତ ପ୍ରଧାନ, ପ୍ରଦୀପ ନାୟକ, ପ୍ରମୋଦ ସେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.