ସଇଁତଲା ଭୁବନେଶ୍ୱର ବାବା ପୀଠରେ ମହା ଜଳାଭିଷେକ, ଶଙ୍ଖ ଧୂନିରେ କମ୍ପିଲା ମନ୍ଦିର

ସଇଁତଲା, (ପ୍ରମୋଦ ସେଲମା ) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଭୁବନେଶ୍ୱର ବାବା ପୀଠରେ ରବିବାର ସନ୍ଧ୍ୟା ଆଳତୀ କମିଟି ତରଫରୁ ମହା ଜଳାଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଣ୍ଡିତ ବିକ୍ରମ କୁମାର ମିଶ୍ରଙ୍କ ତତ୍ତ୍ୱବଧାନରେ ମନ୍ଦିର ପୂଜକ ଜୟରାମ ବଡ଼ମାଳି ଓ ଶୁଭେନ୍ଦୁ ବଡ଼ମାଳି ପୂଜା କାଯ୍ୟ ତୁଲାଇଥିଲେ । ଉକ୍ତ ପୂଜାରେ ସୁରେଶ ରଣା ଓ ତାଙ୍କ ଧର୍ମପତ୍ନୀ କୋଶଲ୍ୟ ରଣା କର୍ତ୍ତା ଦାୟିତ୍ୱ ତୁଲାଇଥିଲେ । ଭୁବନେଶ୍ୱର ବାବାଙ୍କ ଠାରେ ୧୦୮ ଗରିଆ ପାଣି ଆଣି ଜଳାଭିଷେକ କରାଯାଇଥିଲା । ଏହି ସମୟରେ ଘଣ୍ଟ, ଶଙ୍ଖ ଧୂନିରେ କମ୍ପି ଉଠିଥିଲା ମନ୍ଦିର ପରିସରର । ଏହା ସହିତ ପୂଜାରେ ମହିଳାମାନଙ୍କ ପ୍ରବଳ ଜନ ଗହଳି ଦେଖିବାକୁ ମିଳିଥିଲା । ଏହି ଜଳାଭିଷେକ କମିଟିର ଭୀମସେନ ସ୍ୱାଇଁ, ଅଖିଳ ସାହୁ, ମନୋରଞ୍ଜନ ପୃଷେଠ, ଅଲେଖ ସାହୁ, ବିନୟ ଭୋଇ, ଟଙ୍କଧର ସାହୁ, ମନୋଜ ସାହୁଙ୍କ ସମେତ ସହରର ମହିଳା ଓ ପୁରୁଷମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.