ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସଭାପତି ପ୍ରଭାକର ମିଶ୍ର, ସାଧାରଣ ସମ୍ପାଦକ କପିଳେଶ୍ୱର ଖମାରୀ, ସଂଗଠନ ସଂପାଦକ ବିନୟ କୁମାର ମିଶ୍ର, ମୁଖ୍ୟ ଉପଦେଷ୍ଟା ନାରାୟଣ ପାଢୀ ତଥା ସମସ୍ତ ସଭ୍ୟମାନଙ୍କ ଦ୍ୱାରା ସ୍ଥାନୀୟ ଖୁଜେନପାଲି ଶିବ ମନ୍ଦିରରେ ଜଳାଭିଷେକ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ସଭ୍ୟମାନେ ସସ୍ତ୍ରୀକ ଉପସ୍ଥିତ ରହି ପୂଜାର୍ଚ୍ଚନା କରି ମନ୍ଦିର ଗୃହରେ ଜଳ ଭର୍ତ୍ତି କରିଥିଲେ । ପୂଜାରେ ସଭ୍ୟ ପୂର୍ଣ୍ଣଚନ୍ଦ୍ର ମେହେର ଦମ୍ପତ୍ତି କର୍ତ୍ତା ଭାବରେ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ । ପ୍ରତିବର୍ଷ ମଂଚ ତରଫରୁ ସମସ୍ତ ସଭ୍ୟମାନଙ୍କ ସହଯେୠରେ ଜଳାଭିଷେକ କାର୍ଯ୍ୟକ୍ରମ କରାଯାଇଥାଏ । ଏ ବର୍ଷ ମଧ୍ୟ ସୁଚାରୁ ରୂପେ ଶତାଧିକ ସଭ୍ୟ ସଭ୍ୟାଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ସାରି ପ୍ରସାଦ ସେବନ କରାଯାଇଥିଲା ।