centurian jitm

ପୌରାଞ୍ଚଳ କୈବର୍ତ୍ତ ସମାଜର ଜଳାଭିଷେକ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ପୌରାଞ୍ଚଳ କୈବର୍ତ୍ତ ସମାଜ ବଲାଙ୍ଗିର ତରଫରୁ ଖୁଜେନ୍ ପାଲି ସ୍ଥିତ ଶ୍ରୀ ଧବଳେଶ୍ୱର ମନ୍ଦିରରେ ଜଳାଭିଷେକ ଅନୁଷ୍ଠିତ ହୋଇଯାଇଛି । ସମାଜର ଉନ୍ନତି ସହ ସମସ୍ତ ପରିବାରର ଉନ୍ନତି କାମନା କରି ଏହି ଜଳାଭିଷେକ କରାଯାଇଛି । ବିଭିନ୍ନ ପ୍ରକାରର ସମାଜ ସେବା କାର୍ଯ୍ୟରେ ବ୍ରତୀ ହେବାକୁ ସମାଜର ସବୁ ଲୋକ ଆଗକୁ ଆଗେଇ ଆସି ସମାଜର ନାଁ ରଖିବାକୁ ସଂକଳ୍ପ କରିଥିଲେ । କୌଣସି ସମାଜ ଏଭଳି ଜଳାଭିଷେକ କରି ନଥିବା ବେଳେ ପୌରାଞ୍ଚଳ କୈବର୍ତ୍ତ ସମାଜ ଏମିତି ଏକ ପଦକ୍ଷେପ ହାତକୁ ନେଇଛି । ସମାଜର ଉନ୍ନତି ପାଇଁ ପ୍ରତି ବର୍ଷ ଜଳାଭିଷେକ କରିବାକୁ କର୍ମକର୍ତ୍ତାମାନେ ସଂକଳ୍ପ ନେଇଥିଲେ । ଏଥିରେ ସମାଜର ସଭାପତି ରୋହିତ କୁମାର ସେଠୀ ଓ ତାଙ୍କ ଧର୍ମ ପତ୍ନୀ କାନ୍ତା ସେଠୀ କର୍ତ୍ତା ରୂପେ ଥିବାବେଳେ କମିଟିର ସମସ୍ତ କର୍ମକର୍ତ୍ତା ଯୋଗ ଦେଇ ସହଯୋଗ କରିଥଲେ ।

Leave A Reply

Your email address will not be published.