ଶେଷ ସୋମବାରରେ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ଭିଡ଼

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପବିତ୍ର ଶ୍ରବଣ ମାସର ଶେଷ ସୋମବାରରେ ଶିବ ଲିଙ୍ଗରେ ଜଳାଅଭିଷେକ କରି ପୁଣ୍ୟପ୍ରାପ୍ତି ସକାଶେ ରବିବାର ପୁଣ୍ୟତୋୟା ଋଷିକୁଲ୍ୟା ନଦୀ ଘାଟରେ କାଉଡିଆଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ କାଉଡ଼ିଆମାନେ ବିଭିନ୍ନ ଯାନ ବାହାନରେ ଦଳଗତ ଭାବେ ଆସି ଗଞ୍ଜାମ ସହର ସଂନିକଟ ଦାମୋଦରପୁର ଗ୍ରାମ ନଦୀଘାଟରେ ପହଞ୍ଚି ଶ୍ରାବଣୀ ଭାରରେ ନଦୀ ଜଳ ସଂଗ୍ରହ କରି ପରାମ୍ପାରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ବିଭିନ୍ନ ଶୈବପୀଠ ଅଭିମୁଖେ ଯାତ୍ରା କରିଥିବା ଦେଖିବାକୁ ମିଳିଛି । ବାଳୁକା ସ୍ତୁପରେ ଶିବଲିଙ୍ଗ ନିର୍ମିତ କରି ଏକାଗ୍ରଚିତ୍ତରେ ପୂଜାର୍ଚ୍ଚନା କରିବା ସହ ସ୍ଥାନୀୟ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ସହ ବାଦ୍ୟ ବାଜଣା ସହକାରେ ଲମ୍ବାରାସ୍ତା ଅତିକ୍ରମ କରି ପ୍ରସ୍ଥାନ କରୁଥିବା ଲକ୍ଷ କରାଯାଇଛି । ଅନ୍ୟପଟେ କାଉଡ଼ିଆଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ଉଠା ଦୋକାନୀ ପସରା ପକାଇଥିବା ଦେଖିବାକୁ ମିଳିଛି । ଭକ୍ତମାନଙ୍କ ସୁବ୍ୟବସ୍ଥାକୁ ନେଇ ସ୍ଥାନୀୟ ବାବା ଆଖଣ୍ଡଳମଣି ପରିଚାଳନା କମିଟି ପକ୍ଷରୁ ସୁବ୍ୟବସ୍ଥା କରାଯାଇଛି ।

jittmm
Leave A Reply

Your email address will not be published.