om academy

ହୀରାକୁଦ ଜଳଭଣ୍ଡାରକୁ ବିଦେଶୀ ପକ୍ଷୀଙ୍କ ଆଗମନ

jsm

ବ୍ରଜରାଜନଗର : ହୀରାକୁଦ ଜଳଭଣ୍ଡାରକୁ ବିଦେଶୀ ପକ୍ଷୀଙ୍କ ଆଗମନ ବଢ଼ିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସନ୍ତା ୮ତାରିଖ ଦିନ ଜଳଭଣ୍ଡାରରେ ପକ୍ଷୀ ଗଣନା କରାଯିବ । ଏହି କାର୍ଯ୍ୟ ସକାଳ ୫ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ । ବ୍ରଜରାଜନଗରର ହୀରାକୁଦ ଜଳଭଣ୍ଡାର ପାର୍ଶ୍ଵକୁ ଲାଗିଥିବା ଅଂଚଳରେ ପକ୍ଷୀ ଗଣନା ପାଇଁ ୮ଟି ସେକ୍ଟର କରାଯାଇଛି । ସେଥିରେ ବ୍ରଜରାଜନଗର ବନାଞ୍ଚଳରେ ୧୫ ଓ ୧୬ ନମ୍ବର ସେକ୍ଟରରେ ତିଲିଆ, ଗୁଜାପାହାଡ଼ ଅଞ୍ଚଳ ଓ ବେଲପାହାଡ଼ ବନାଞ୍ଚଳରେ ଥିବା ୯ ଓ ୧୦ ନମ୍ବର ସେକ୍ଟରରେ ଝାରପଡ଼ା, ୧୧, ୧୨, ୧୩ ଓ ୧୪ ନମ୍ବର ସେକ୍ଟରରେ ରମ୍ପାଲୁଗା ରହିଛି । ପକ୍ଷୀ ଗଣନା କାର୍ଯ୍ୟ ପାଇଁ ସମୁଦାୟ ୧୩ଟି ବୋଟ ବ୍ୟବହାର କରାଯିବ । ସେଥିରେ ୫ଟି ଶବ୍ଦ ବିହୀନ ବୋଟ ରହିବା ସମୟରେ ଅନ୍ୟଗୁଡ଼ିକ ଡଙ୍ଗା ବ୍ୟବହାର କରାଯିବ । ଗତବର୍ଷ ହୀରାକୁଦ ଜଳଭଣ୍ଡାର ପାର୍ଶ୍ଵକୁ ଲାଗିଥିବା ଏହି ଅଂଚଳକୁ ୧୦୮ ପ୍ରଜାତିର ପ୍ରାୟ ୧ ଲକ୍ଷ ୨୦ ହଜାର ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥିଲା । ମଙ୍ଗୋଲିଆରୁ ଆସିଥିବା ଲେସର ହୁଇସିଲିଙ୍ଗ ଡକ୍‌ ଅଧିକ ଥିଲେ। ଏଥିରେ ନୂତନ ଭାବେ ଆସିଥିବା ୧୦ଟି ପ୍ରଜାତି ରହିଥିଲେ । ପକ୍ଷୀ ଗଣନା ପାଇଁ ବ୍ରଜରାଜନଗର ଓ ବେଲପାହାଡ଼ ବନାଞ୍ଚଳ ପାଇଁ ୯ ନମ୍ବର ସେକ୍ଟର ପାଇଁ ଫରେଷ୍ଟର ଲଳିତ ଆଢ଼ା, ଫରେଷ୍ଟଗାର୍ଡ ମାନସ ପଟେଲ, ୧୦ ନମ୍ବର ସେକ୍ଟରରେ ଫରେଷ୍ଟର ହରେନ୍ଦ୍ର ସାହୁ, ଫରେଷ୍ଟଗାର୍ଡ ସୌଦାଗର କିସାନ, ୧୧ ନମ୍ବର ପାଇଁ ଫରେଷ୍ଟର ବୁଧରାମ ରୋହିଦାସ ଓ ଗାର୍ଡ ଯୁଧିଷ୍ଠିର ବାରୁ, ୧୨ ନମ୍ବର ପାଇଁ ଫରେଷ୍ଟର ସରୋଜ ଭୋଇ ଓ ଗାର୍ଡ ଭାଗୀରଥି ପ୍ରଧାନ, ୧୩ ନମ୍ବର ପାଇଁ ଫରେଷ୍ଟର ସୁନୀଲ ଭୋଇ ଓ ଗାର୍ଡ ସୁରେଶ ତରେଇ, ୧୪ ନମ୍ବର ପାଇଁ ଫରେଷ୍ଟର ଡୋଳାମଣି ନାୟକ ଓ ଗାର୍ଡ ସୁରେନ୍ଦ୍ର ଖମାରୀ, ୧୫ ନମ୍ବର ପାଇଁ ଫରେଷ୍ଟର ଅରକ୍ଷିତ ପ୍ରଧାନ ଓ ଗାର୍ଡ ଉପେନ୍ଦ୍ର ବେଶନ, ୧୬ ନମ୍ବର ପାଇଁ ଫରେଷ୍ଟର ଗୌରାଙ୍ଗ ସାହୁ ଓ ଗାର୍ଡ ଶାନ୍ତନୁ ପ୍ରଧାନଙ୍କୁ ଦାୟିତ୍ୱ ଦିଆଯାଇଛି । ପକ୍ଷୀ ଗଣନା ପାଇଁ ବିଶେଷଜ୍ଞ ଭାବେ ଶୁଭମ ରାଉତ, ଆଶିଷ ଶୁକ୍ଳା ଓ ଗୌରାଙ୍ଗ ପତିଙ୍କ ସହିତ ଆହୁରି ୫ଜଣଙ୍କୁ ନିଯୁକ୍ତ କରାଯାଇଛି । ସେଥିପାଇଁ ୭ ତାରିଖ ସକାଳୁ ୮ତାରିଖ ଅପରାହ୍ନ ପର୍ଯ୍ୟନ୍ତ ହୀରାକୁଦ ଜଳଭଣ୍ଡାରକୁ ମସ୍ୟଜୀବୀମାନଙ୍କୁ ଯିବାକୁ ବାରଣ କରାଯାଇଛି । ସେହିପରି ରମ୍ପାଲୁଗା ପିକ୍‌ନିକ୍‌ ସ୍ପଟ୍‌ ମଧ୍ୟ ବନ୍ଦ ରହିବ ବୋଲି ବେଲପାହାଡ଼ ରେଞ୍ଜର ସରମିଲ ନାୟକ ସୂଚନା ଦେଇଛନ୍ତି । ଚଳିତ ବର୍ଷ ଶୀତ ଲହରି ଥିବାରୁ ଅଧିକ ସଂଖ୍ୟାରେ ବିଦେଶୀ ପକ୍ଷୀ ଜଳଭଣ୍ଡାରକୁ ଆସିଥିବେ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.