centurian jitm

ରାଣୀବନ୍ଧର ପୁନଃଉଦ୍ଧାର ଦାବୀରେ କ୍ରିୟାନୁଷ୍ଠାନ କମିଟିର ଜଳ ସତ୍ୟାଗ୍ରହ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଣୀବନ୍ଧର ପୁନଃଉଦ୍ଧାର ଦାବୀରେ କ୍ରିୟାନୁଷ୍ଠାନ କମିଟିର ଜଳ ସତ୍ୟାଗ୍ରହ କରାଯାଇଛି । କମିଟି ପକ୍ଷରୁ କୁହାଯାଇଛି ଯେ, ରାଣୀବନ୍ଧ ବନ୍ଧ ଆଜି ସହରର ଅଳିଆଗଦା ପାଲଟିଛି । ଲୋକେ ନିତ୍ୟ ବ୍ୟବହାର୍ଯ୍ୟ ପାଣି ପାଇ ହଇରାଣ ହେବା ସହ ଏଠାରେ ଗାଧୋଉଥିବା ଲୋକେ ବିଭିନ୍ନ ଚର୍ମ ରୋଗରେ ପୀଡିତ ହେଉଛନ୍ତି । ଅଂଚଳବାସୀଙ୍କ ନ୍ୟାୟୋଚିତ ଦାବୀକୁ ବାରମ୍ବାର ଅଣଦେଖା କରୁଥିବା ଜିଲ୍ଲାପାଳ ଓ ପୌରାଧ୍ୟକ୍ଷା ଥରୁଟିଏ ଆସି ଏଠାରେ ଗାଧୋଇ ଦେଖାନ୍ତୁ । ବଲାଙ୍ଗିର ୱାର୍ଡ ନଂ.୧୩, ୧୪, ୧୫ ଓ ୧୬ ସ୍ଥିତ ରାଣୀବନ୍ଧବନ୍ଧର ପଙ୍କୋଦ୍ଧାର ଓ ସଫେଇ ଦାବୀରେ କିଛି ଦିନ ପୂର୍ବରୁ କ୍ରିୟାନୁଷ୍ଠାନ କମିଟିର ଡାକରାରେ ଅଂଚଳବାସୀ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳ ଓ ପୌରାଧ୍ୟକ୍ଷାଙ୍କୁ ଲିଖିତ ଭାବେ ଜଣାଇଥିଲେ । ରାଜ୍ୟ ସରକାର ମଧ୍ୟ ସହରରେ ବନ୍ଧକଣ୍ଟାର ଉନ୍ନତିକରଣ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଦେଇଛନ୍ତି । କିନ୍ତୁ ଅଂଚଳବାସୀଙ୍କ ଦାବୀକୁ ୨ ମାସ ବିତି ଜାଇଥିଲେ ସୁଦ୍ଧା ବନ୍ଧର ପଙ୍କ ଉଦ୍ଧାର, ସଫେଇ ଓ ପୁନଃଉଦ୍ଧାର ଦିଗରେ ପ୍ରଶାସନ ପକ୍ଷରୁ କେଉଁ କାରଣରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ତାହ ଜଣାପଡୁ ନାହିଁ ବୋଲି କୁହାଯାଇଛି । ସମାନ ଦାବୀରେ ଆଜି କ୍ରିୟାନୁଷ୍ଠାନ କମିଟି ଓ ଅଂଚଳବାସୀଙ୍କ ପକ୍ଷରୁ ରାଣୀବନ୍ଧରେ ଜଳ ସତ୍ୟାଗ୍ରହ କରାଯାଇଛି । ଯଥା ଶୀଘ୍ର ରାଣୀବନ୍ଧର ପୁନଃଉଦ୍ଧାର କରାନଗଲେ ଆଗାମୀ ଦିନରେ କ୍ରିୟାନୁଷ୍ଠାନ କମିଟି ଓ ଅଂଚଳବାସୀ ଦୁର୍ବାର ଆନ୍ଦୋଳନକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି କ୍ରିୟ।।ନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି ଏବଂ ନିର୍ମାଣ ହୋଇଥିବା ଗାଡୱାଲ ନିମ୍ନମାନର ଏବଂ ଦୁର୍ନୀତିମୂଳକ କାର୍ଯ୍ୟ ହୋଇଛି ବୋଲି କ୍ରିୟାନୁଷ୍ଠାନ କମିଟି ଅଭିଯୋଗ କରିଛି ଏବଂ ଏହାର ତଦନ୍ତ ପାଇଁ ଦାବୀ ରଖିଛି । ଆଜିର ଏହି କାର୍ଯ୍ୟକ୍ରମରେ ୱାର୍ଡ ନଂ ୧୩, ୧୪, ୧୫ ଓ ୧୬ କ୍ରିୟାନୁଷ୍ଠାନ କମିଟିଙ୍କ ଉପସ୍ଥିତିରେ ସନ୍ତକ ବହିଦାର, ଝୁଲୁ ମିଶ୍ର, ରଜନୀ ସେଠ, ଯଶୋଦା ବାଗ, ସୌଦାମିନୀ ବାଗ, ସଂଗୀତା ସୁନା, ସେବତୀ ମହାନନ୍ଦ, ସୁଜାତା କୁଅଁର, ନଗର କଂଗ୍ରେସ ସଭାପତି ବୁଲୁ ଦାନୀ, ଜିଲ୍ଲା ସେବାଦଳ ମୁଖ୍ୟ ଅସିତ ମିଶ୍ର, ଜିଲ୍ଲା କିଷାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର, ସଂଜୟ ମିଶ୍ର, ଅବଦୁଲ ରଜାକ, ଜୁଲୁ ପଟ୍ଟନାୟକ, କୈଳାସ ମିଶ୍ର, ଘୁଣ୍ଡୁ ଦାସ, ଟୁନା ହୋତା, ଅଜୟ ବାଲି, ଲୋପନ ମିଶ୍ର, ଅଙ୍କିତ ସାହୁ, ପବିତ୍ର ବେହେରା, ଅମରଜିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.