ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥଣ୍ଡା ଓ ଗରମ ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ

ପାଟଣା : ବିଧାୟକ ପାଣ୍ଠି ଅନୁଦାନରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିର୍ମିତ ଥଣ୍ଡା ଓ ଗରମ ପାନୀୟ ଜଳ ପ୍ରକଳ୍ପକୁ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକ ଉଦ୍‌ଘାଟନ କରିଛନ୍ତି । ଏହି ପ୍ରକଳ୍ପରେ ସ୍ୱଚ୍ଛ ପାନୀୟ ଓ ଥଣ୍ଡା ପାନୀୟ ଜଳ ପାଇଁ ସ୍ୱତନ୍ତ୍ର ଭାବେ ଟ୍ୟାବ ଲଗାଯାଇଛି । ସେହିପରି ଡାକ୍ତରଖାନା ଭିତରେ ଗରମ ଜଳ ପାଇଁ ମଧ୍ୟ ଯନ୍ତ୍ର ସ୍ଥାପନ କରାଯାଇଛି । ବିଧାୟକ ଶ୍ରୀ ନାଏକଙ୍କ ସହ ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ବିଡିଓ ଇଶ୍ୱରଚନ୍ଦ୍ର ନାଏକ, ବଡ଼ପାଟଣା ସରପଞ୍ଚ ବିନତି ବାନାରା, ସମିତି ସଭ୍ୟ ମୋହନ ସୁନ୍ଦର ମହାନ୍ତ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧ୍ୟକ୍ଷ ଡାକ୍ତର ଶୁଭେନ୍ଦୁ ସାଗର କୁମାର ନାଏକ, ବିପିଏମ ଦୀପକ କୁମାର ନାୟକ, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ବାବୁଲି ଭଞ୍ଜ, ବଣିକ ସଂଘ ସଭାପତି ବୁଲୁ ଭଞ୍ଜ, ଦିଲୁ ଭଞ୍ଜ, ନିରଞ୍ଜନ ତ୍ରିପାଠୀ, ସୁଦାମ ଦାଶ, ଡବ୍ଲୁ ଆନସାରି, ମହେନ୍ଦ୍ର ମିଶ୍ର, ବିଭୁତି ବେହେରା ପ୍ରମୁଖ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି କାର୍ଯ୍ୟକ୍ରମରେ ସାମିଲ ଥିଲେ ।

Leave A Reply

Your email address will not be published.

error: Content is protected !!