ପାଣି ପାଇଁ ହନ୍ତସନ୍ତ ଜଲପାଙ୍କେଲ ଗ୍ରାମର କଲେଜ ଛକ ପଡ଼ାବାସୀ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅନ୍ତର୍ଗତ ଜଲପାଙ୍କେଲ୍ ଗ୍ରାମର କଲେଜ ଛକ ପଡାରେ ୫୦ରୁ ଅଧିକ ପରିବାର ବାସ କରୁଛନ୍ତି । ମୁଖ୍ୟ ରାସ୍ତା କଡ଼ରେ ଏକ ନଳକୂପ ଅଛି । ନଳକୂପଟି ୭ ମାସ ହେଲା ଅଚଳ ହୋଇ ପଡ଼ିଛି । ଗ୍ରାମରେ ବସୁଧା ଯୋଜନା କାର୍ୟ୍ୟକାରୀ ହେଉଛି । କିନ୍ତୁ କଲେଜଛକ ଉଚ୍ଚ ସ୍ଥାନରେ ଥିବାରୁ ସେଠାରେ ଥିବା ଷ୍ଟାଣ୍ଡ ପୋଷ୍ଟ ଗୁଡାକୁ ଠିକ୍ ଭାବରେ ପାଣି ପହଞ୍ଚି ପାରୁନାହିଁ । ଏବେ ଗ୍ରୀଷ୍ମ ଋତୁ ହୋଇଥିବାରୁ ଲୋକେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି । ନଳକୂପଟିକୁ ମରାମତି ପାଇଁ ବାରମ୍ବାର ପ୍ରଶାସନିକ ଅଧିକାରୀ ମାନଙ୍କୁ ଜଣାଇ ଥିଲେ ମଧ୍ୟ କୈାଣସି କାର୍ୟ୍ୟାନୁଷ୍ଠାନ ଏପ୍ରର୍ୟ୍ୟନ୍ତ ଗ୍ରହଣ କରାଯାଇନାହିଁ । ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଜଳ କଷ୍ଟ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ହୋଇଛି । ଯଦି ନଳକୂପଟିକୁ ମରାମତି କରାଯାଏ, ତାହେଲେ ପଡାବାସୀଙ୍କୁ ଆଉ ହଟହଟା ହେବାକୁ ପଡିବ ନାହିଁ । ପଡାବାସୀ ଅନୁରୋଧ କରିଛନ୍ତି, ଶୀଘ୍ର ନଳକୂପଟିକୁ ମରାମତି କରି ଆମର ଜଳ କଷ୍ଟ ପ୍ରଶାସନ ଦୁର କରନ୍ତୁ ।

Leave A Reply

Your email address will not be published.