ଭଞ୍ଜନଗର ଡହ ଜଳଭଣ୍ଡାରରେ ଏ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପୂର୍ବରୁ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ନଦୀ, ନାଳ ଓ ଜଳ ଭଣ୍ଡାରରେ ଜଳସ୍ତର ହ୍ରାସ ପାଇଥିବା ବେଳେ ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ସେହିପରି ଭଞ୍ଜନଗର ନିକଟ ଡହ ଜଳ ଭଣ୍ଡାରରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଗତକାଲି ଛଡ଼ାଯାଇଥିବା ଜଣାପଡିଛି । ଏହାର ମୋଟ ଜଳ ଧାରଣ କ୍ଷମତା ୨୧୯୫ ହେକ୍ଟମିଟର ଥିବା ବେଳେ ଜଳଭଣ୍ଡାରରେ ଜଳସ୍ତର ବହୁତ କମ ରହିଥିଲା । ହେଲେ ଗତ ଲଗାଣ ବର୍ଷାରେ ଏହା ବିପଦ ସଙ୍କେତ ଅତିକ୍ରମ କରିବା ଆଶାରେ ପୂର୍ବରୁ ତଳ ମୁଣ୍ଡରେ ରହୁଥିବା ଲୋକଙ୍କୁ ବନ୍ୟାଜଳ ଛଡ଼ା ଯିବା ବିଷୟରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ସୂଚନା ଦେଇ ସାବଧାନତା ଓ ସତର୍କତ୍ତା କରାଯାଇଥିଲା । ବର୍ତ୍ତମାନ ଜଳସ୍ତର ବିପଦ ସଙ୍କେତ ନିକଟରେ ଥିବା ବେଳେ ବର୍ଷାକୁ ଦୃଷ୍ଟିରେ ରଖି ବିପଦ ଆଶଙ୍କାରେ ୨ଟି ଗେଟ ଖୋଲା ଯାଇଛି । ଏହି ଜଳଭଣ୍ଡାରରେ ୪ଟି ଗେଟରେ ମୋଟ ୧୩ଶହ କ୍ୟୁମେକ୍ସ ଜଳ ନିଷ୍କାସନ ବ୍ୟବସ୍ଥା ଥିବା ବେଳେ ବର୍ତ୍ତମାନ ୨ଟି ଗେଟ ଖୋଲାଯାଇ ୩୮ କ୍ୟୁମେକ୍ସ ଜଳ ନିଷ୍କାସନ କରାଯାଇଛି ।

Leave A Reply

Your email address will not be published.