ଗାଁରେ ପଶିଲା ହୀରାକୁଦ ଜଳ ଭଣ୍ଡାରର ପଛୁଆ ପାଣି

ବରଗଡ଼, (ସତ୍ୟନାରାୟଣ ପ୍ରଦାନ) : ଗତ ଚାରି ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବରଗଡ଼ ଜିଲ୍ଲା ସହ ସୀମାନ୍ତ ରାଜ୍ୟ ଛତିଶଗଡ଼ ଅଞ୍ଚଳରେ ପ୍ରବଳ ବର୍ଷା ହେବା ଯୋଗୁ ମହାନଦୀରେ ବନ୍ୟା ଜଳ ଆସି ହୀରାକୁଦ ଜଳ ଭଣ୍ଡାରରେ ଜମା ହୋଇଛି । ଫଳରେ ଜଳଭଣ୍ଡାର ସଂଲଗ୍ନ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି, ଅନ୍ତରାଡ଼ି, ବେନିଆଁପାଲି ଏବଂ ଘୁଘୁରାପାଲି ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି । ହୀରାକୁଦ ଜଳ ଭଣ୍ଡାରର ପଛୁଆ ପାଣି ପଶିବାରୁ ବନ୍ୟାଜଳ ଘେରରେ ଚିଖିଲି ଗ୍ରାମ ରହିଛି । ସେହିପରି ଅନ୍ତରାଡି, ଚିଖିଲି, ବେନିଆପାଲି, ଘୁଘୁରାପାଲି ଗ୍ରାମର ୬୦୦ ହେକ୍ଟରରୁ ଅଧିକ ଚାଷ ଜମି ଜଳମଗ୍ନ ହୋଇ ପଡ଼ିଥିବା ସୂଚନା ମିଳିଛି । ଚିଖିଲି ଗ୍ରାମରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବରଗଡ଼ ଅତିରିକ୍ତ ଜିଲାପାଳ (ରାଜସ୍ୱ) ନବୀନ ପଟେଲ, ଅମ୍ବାଭୋନା ତହସିଲଦାର ସୀତାରାମ ଭୋଇ, ବିଡ଼ିଓଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ସ୍ଥିତି ନିରୀକ୍ଷଣ କରି ରିଲିଫ ଯୋଗାଇଛନ୍ତି ।

Leave A Reply

Your email address will not be published.