lika

ଭାରତୀୟ ରେଡ଼କ୍ରସ୍ ଓଡିଶା ଶାଖା ତରଫରୁ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

gbag

ଜୟପୁର, (ଜଗନ୍ନାଥ ବିଷୋୟୀ) : ଭାରତୀୟ ରେଡ଼କ୍ରସ୍ ଜିଲ୍ଲା ଶାଖା, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ କୋରାପୁଟ ଜିଲ୍ଲା ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ରାବଣାଗୁଡା ସିଏଚ୍‌ସିରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାକୁ ଡ଼ା. ମୋନାଲିସା ନାୟକ ପୌରୋହିତ୍ୟ କରିଥିବା ବେଳେ ପିଏଚ୍‌ଇଓ ସୁଶାନ୍ତ ନାୟକ, ପ୍ରମୋଦ କୁମାର ମହାନ୍ତି, ସରୋଜ ସ୍ୱାଇଁ, ରାଜେନ୍ଦ୍ର ଚେଟୀ ଏବଂ ଜୟପୁର କଲେଜ ଅଫ ଫାର୍ମାସୀ ୟୁଥ୍ ରେଡକ୍ରସ୍ କାଉନସିଲର ଭାବେ ମାନସୀ ଖାଡଙ୍ଗା, ଅଶ୍ଵିନୀ କୁମାର ସେଠୀ ପ୍ରମୁଖ ଅଂଶଗ୍ରହଣ କରି ଯକ୍ଷ୍ମା ରୋଗର ଭୟାବହତା, ଏହାର କାରଣ, ନିରାକରଣ ଓ ସାବଧାନତା ସମ୍ପର୍କରେ ଆଲୋଚନା କରି ରୋଗକୁ ଭୟ ନକରି ଠିକ୍ ସମୟରେ ଚିକିତ୍ସା କଲେ ରୋଗୀ ସମ୍ପୂର୍ଣ୍ଣ ଭାବେ ରୋଗମୁକ୍ତ ହୋଇ ପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ ସଭାରେ ଜୟପୁର କଲେଜ ଅଫ ଫାର୍ମାସୀର ୟୁଥ୍ ରେଡ୍‌କ୍ରସଙ୍କ ସହାୟତାରେ ଯକ୍ଷ୍ମା ରୋଗୀଙ୍କୁ ୟୁଥ୍ ରେଡକ୍ରସ୍ ତରଫରୁ ପୁଷ୍ଟିକର ଖାଦ୍ୟ ପୁଡିଆ ପ୍ରଦାନ କରାଯାଇଥିଲା ।

babaa
Leave A Reply

Your email address will not be published.