ପରକିୟା ପ୍ରୀତି ହେଲା କାଳ, ଜେଲ ଗଲେ ପ୍ରେମିକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବିବାହିତା ମହିଳାଙ୍କ ସହିତ ପ୍ରେମ ସମ୍ପର୍କ ରଖିବା ମହଙ୍ଗା ପଡିଛି ଯୁବକଙ୍କୁ । ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଜେଲ ପଠାଇବା ସହିତ ମହିଳାଙ୍କୁ ସ୍ୱଧାର ଗୃହକୁ ପଠାଇଥିବା ଜଣାଯାଇଛି । ଲୋଇସିଂହା ଥାନା ଆଗଲପୁର ବ୍ଲକ ଅନ୍ତର୍ଗତ ବେନ୍ଦ୍ରା ଗ୍ରାମର ଦଳିତ ବସ୍ତିରେ ରହୁଥିବା ଜନୈକା ବିବାହିତା ମହିଳାଙ୍କ ସହିତ ସ୍ଥାନୀୟ ଜଣେ ଯୁବକଙ୍କ ପ୍ରେମ ସମ୍ପର୍କ ଥିଲା । ରାତିରେ ଯୁବକ ଜଣକ ମହିଳାଙ୍କ ଘରକୁ ଯାଇଥିବା ବେଳେ ମହିଳାଙ୍କ ଶ୍ୱଶୁର ତାହା ଜାଣିପାରି ପାଖ ପଡିଶା ଲୋକଙ୍କୁ କହିଥିଲେ । ଉଭୟ ପ୍ରେମୀଯୁଗଳ ଘର ଭିତରେ ଥିବା ବେଳେ ଲୋକେ ବାହାରୁ ତାଲା ପକାଇ ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ପ୍ରେମୀ ଯୁଗଳଙ୍କୁ ଥାନାକୁ ଆଣିଥିଲେ । ତେବେ ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ଯୁବକଙ୍କୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଅପରପକ୍ଷରେ ମହିଳାଙ୍କୁ ତାଙ୍କ ପରିବାରବର୍ଗ ନେବାକୁ ମନା କରିବାରୁ ତାଙ୍କୁ ସ୍ୱଧାର ଗୃହକୁ ପଠାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.