କୋଶଳ ପ୍ରବାହର ମହା ପ୍ରଭାବ : ଜହର ପାଣି ପରିବର୍ତ୍ତେ ଏବେ ପାଇବେ ପାବନୀ ଗଙ୍ଗା

ଜୟପାଟଣା, (ଶେଷଦେବ ବେହେରା) : କୋଶଳ ପ୍ରବାହ ନ୍ୟୁଜର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି । ଜୟପାଟଣା ବ୍ଲକ ମହକୁମା ଠାରୁ ଦୁଇ କିଲୋ ମିଟର ଦୁରେ ଅବସ୍ଥିତ ଚିରକା ଗ୍ରାମର କୁସୁମଖୁଣ୍ଟି ପଡ଼ାବସୀ ପାନୀୟ ଜଳର ଉତ୍କଟ ଅଭାବ ଭୋଗି ଆସୁଥିଲେ । ଗାଁ ପାଇଁ ଦିଆଯାଇ ଥିବା ଗୋଟିଏ ନଳକୂପରୁ କ୍ଷୀର ଭଳିଆ ଜହର ପାଣି ଲୋକଙ୍କୁ ବର୍ଷ ବର୍ଷ ଧରି ଆତଙ୍କିତ କରି ରଖିଥିଲା । ଗତ ଗୁରୁବାର ଦିନ ଆମ ସାମ୍ବାଦିକ ଘଟଣା ସ୍ଥଳକୁ ପରିଦର୍ଶନ ପାଇଁ ଗଲା ବେଳକୁ ସ୍ଥାନୀୟ ଲୋକେ କୂଅରୁ ବାହାରୁ ଥିବା ଜହର ପାଣି ଓ ନିତିଦିନିଆ ସଡକ ପାଇଁ ନିବେଦନ କରିଥିଲେ । ଏ ସଂକ୍ରାନ୍ତରେ ଜୟପାଟଣା ବିଡିଓ ଧର୍ମରାଜ୍ ମାଝୀଙ୍କ ହସ୍ତକ୍ଷେପ ଫଳରେ ପୁରୁଣା ନଳକୂଅକୁ ଅଚଳ ଘୋଷଣା କରିବା ସହିତ ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ଏକ ନୂତନ ନଳକୂପ ମଞ୍ଜୁର ସହିତ ଯୁଦ୍ଧକାଳୀନଭିତ୍ତିରେ ନଳକୂପ ଖୋଳା ଆରମ୍ଭ କରାଯାଇଥିବା ଦେଖିବାକୁ ମିଳିଛି । ନଳକୂପ ପାଇଁ ଗଣମାଧ୍ୟମ ଉପରେ ଭରସା ରଖି ଲୋକେ ଏବେ ଉତ୍ସାହର ସହିତ ସବୁଦିନିଆ ରାସ୍ତା କେବେ ବୋଲି ଦାବି କରିଛନ୍ତି । ଗଣମାଧ୍ୟମର ପ୍ରଚେଷ୍ଟା ଓ ବିଡିଓ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେଇଥିବାରୁ ପଡ଼ାବାସୀ ସମସ୍ତଙ୍କୁ ସାଧୁବାଦ୍ ଜଣାଇଛନ୍ତି ।

Leave A Reply

Your email address will not be published.