୩୩ ବର୍ଷ ଧରି ସ୍ୱର୍ଣ୍ଣ ପ୍ରୟାଗର ରାମେଶ୍ୱର ମନ୍ଦିର ଯଜ୍ଞ ମଣ୍ଡପରେ ସମୂହ ବ୍ରତ ପନୋୟନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁରର ତ୍ରିବେଣୀ ସଂଗମ ରାମେଶ୍ୱରର ମନ୍ଦିରର ଯଜ୍ଞ ମଣ୍ଡପରେ ଆଜି ପଶ୍ଚିମ ଓଡିଶା ସ୍ତରୀୟ ସାମୂହିକ ବ୍ରତ ପନୋୟନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁରର ଧର୍ମ ପରାୟଣ ତଥା ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକଙ୍କ ଦ୍ୱାରା ଆୟୋଜିତ ଏହି ସମୂହ ବ୍ରତ ପନୋୟନ ଉତ୍ସବରେ ଏଥର ୫ଜଣ ନବ ବ୍ରହ୍ମଚାରୀଙ୍କୁ ବ୍ରତ ପନୋୟନ କରାଯାଇଛି । ଆଜକୁ ବିଗତ ୩୩ ବର୍ଷ ଧରି ସୁବର୍ଣ୍ଣପୁର ସହ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାର ବ୍ରାହ୍ମଣ ହିତାଧିକାରୀଙ୍କୁ ଏହି ବ୍ରହ୍ମସେବା ଦେଇ ଆସୁଛି ବୋଲି ଆୟୋଜକ ଶ୍ରୀବତ୍ସ ମଲ୍ଲିକ କହିଛନ୍ତି ।

Leave A Reply

Your email address will not be published.