ବିପୁଲିଙ୍ଗି ଗ୍ରାମରେ ଆଜାଦୀ କା ଅମୃତ ମହୋତ୍ସବର ଜାଗୃତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଲିଙ୍ଗି ଗ୍ରାମ ପଞ୍ଚାୟତର ବିପୁଲିଙ୍ଗି ଗ୍ରାମରେ ସ୍ୱାଧୀନତାର ୭୫ବର୍ଷର ପୂର୍ତ୍ତି ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଜନସଚେତନତା କରାଯାଇ ବ୍ରହ୍ମକୁମାରୀ ଈଶ୍ୱରୀୟ ସଂସ୍ଥାନ ଛତ୍ରପୁର ଶାଖା ତରଫରୁ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇଛି । ବ୍ରହ୍ମକୁମାରୀ ବିଜୟଲକ୍ଷ୍ମୀ ଭଉଣୀ ଏଥିରେ ଅଧ୍ୟକ୍ଷତା କରିଥିଲେ ଏବଂ ବ୍ରହ୍ମକୁମାରୀ ଭାଗ୍ୟ ଭଉଣୀ ଭାରତମାତା ବେଶ ସାଜି ଦେଶମାତୃକାର ଗାଥାରେ ସ୍ଲୋଗାନ ଦେଇଥିଲେ । ଗ୍ରାମର ବହୁ ବୃଦ୍ଧିଜୀବୀ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.