ଅମୃତ ମହୋତ୍ସବ ଅବସରରେ ଶ୍ରୀଅରବିନ୍ଦ ଅତିମାନସ ଚେତନା ଜାଗରଣ ଯାତ୍ରା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନର ଅମୃତ ଅବସରରେ ଶ୍ରୀଅରବିନ୍ଦ ଅତିମାନସ ଚେତନା ଜାଗରଣ ଯାତ୍ରା ସଙ୍ଘତି ମଣ୍ଡଳ, ଶ୍ରୀଅରବିନ୍ଦ ପାଠଚକ୍ର ସଂଗଠନ (ସମ୍ବଲପୁର, ବୈ।ଦ୍ଧ, ବରଗଡ଼)ପକ୍ଷରୁ ଆସନ୍ତା କାଲି (୭ ରୁ ୧୪)ଠାରୁ ସପ୍ତାହ ବ୍ୟାପୀ ଚାଲିବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ସ୍ୱାଧୀନତା ସଂଗ୍ରାମର ମହାନାୟକ, ମହାଯୋଗୀ ଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମ ବିର୍ଷିକି (ତା ୧୫.୮.୧୮୭୨ ରୁ ୧୫.୮.୨୦୨୨) ସାରା ବିଶ୍ୱରେ ପାଳିତ ହେଉଛି । ଏହି ଅମୃତ ଅବସରରେ ଶ୍ରୀଅରବିନ୍ଦଙ୍କ ଯୋଗ ଶିକ୍ଷା, ଦର୍ଶନ ତଥା ଭାରତ ବର୍ଷ ଓ ସମଗ୍ର ବିଶ୍ୱ ନିମନ୍ତେ ତାଙ୍କର ଅବଦାନ ସମ୍ବନ୍ଧରେ ସର୍ବସାଧାରଣଙ୍କୁ ଅବଗତ ଓ ସଚେତନ କରିବା ଉଦ୍ଦେଶ୍ୟରେ ଆସନ୍ତା କାଲିଠାରୁ ସପ୍ତାହ ବ୍ୟାପୀ ଅତିମାନସ ଜାଗରଣ ଯାତ୍ରା ଆୟୋଜିତ ହେଉଛି । ଏହି ଯାତ୍ରାରେ ଶ୍ରୀମା ଶ୍ରୀଅରବିନ୍ଦଙ୍କ ଫଟୋଚିତ୍ର ଓ ଅଖଣ୍ଡ ଭାରତ ବର୍ଷର ପୂର୍ଣ୍ଣ ପ୍ରତିଛବି, ଦିବ୍ୟବାଣୀ ସମୂହ ପ୍ରଦର୍ଶିତ ହେବ । ଏହା ଏକ ସୁସଜ୍ଜିତ ଯାନରେ ତିନୋଟି ଜିଲ୍ଲାର ବ୍ଲକ ମୁଖ୍ୟାଳୟରେ ବୁଲିବାର କାର୍ଯ୍ୟକ୍ରମ ରହିଛି ବୋଲି ସଂଗଠନର ଆବାହକ ପ୍ରଫୁଲ୍ଲ ପଣ୍ଡା, ସଭାପତି ମନୋରଞ୍ଜନ ପଟ୍ଟନାୟକ ସୂଚିତ କରିଛନ୍ତି ।

Leave A Reply

Your email address will not be published.