ସଂକ୍ରୀରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବର ତୃତୀୟ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅମଠି ଗ୍ରାମ ପଞ୍ଚାୟତ ସଂକ୍ରୀ ଗ୍ରାମରେ ନବ ନିର୍ମିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବର ଆଜି ତୃତୀୟ ଦିନରେ ନୀଳଚକ୍ର ପୂଜାର୍ଚ୍ଚନା କରାଯାଇଥିଲା । ଏହା ସହିତ ଅନ୍ୟାନ୍ୟ ଦୀପ ଘଣ୍ଟକୁ ସ୍ନାନ କରାଯାଇଥିଲା । ସ୍ନାନ ସମୟରେ ହଜାର ସଂଖ୍ୟାରେ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ବିଗ୍ରହ ମୂର୍ତ୍ତିମାନଙ୍କୁ ଅଣାଯାଇ ଯଜ୍ଞ ମଣ୍ଡପଠାରେ ପୂଜାକାର୍ଯ୍ୟ ସହିତ ୧୮୦୦ ହୋମଯଜ୍ଞ ଆରମ୍ଭ ହୋଇ ୧୧୦୦ ଆହୂତି ପ୍ରଦାନ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ମୀନାବଜାର, ଜଟର୍ଲା ନାଟକ ଏବଂ ପ୍ରବଚନ ଲୋକଙ୍କୁ ଆକର୍ଷଣ କରିଥିଲା । ଆଧ୍ୟାତ୍ମିକ ଚିନ୍ତାଧାରା ବ୍ୟକ୍ତି ବିଶେଷ ଭଦ୍ରବ୍ୟକ୍ତି ଭଦ୍ର ମହିଳାଙ୍କ ସମାଗମ ଏକ ଅଭୂତପୂର୍ବ ପରିବେଶ ବେଶ ଆକର୍ଷିତ । ଆଗାମୀ ୨ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲୁ ରହିବ । ଜନ ସାଧାରଣ ସହଯୋଗ କରି ନବ ନିର୍ମିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବକୁ ସଫଳ କରିବା ପାଇଁ ଗ୍ରାମ୍ୟ କମିଟି ତରଫରୁ ଲୋଚନ ପାଣ୍ତେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.