ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପକ୍ଷରୁ ଅତିବଡ଼ୀ ଜଗନ୍ନାଥ ଦାସ ଜୟନ୍ତୀ ସମାରୋହ ଆୟୋଜନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପକ୍ଷରୁ ଭାଗବତକାର ଅତିବଡ଼ୀ ଜଗନ୍ନାଥ ଦାସ ଜୟନ୍ତୀ ସମାରୋହ ୧୪ ତାରିଖ ଦିନ ପାଳନ ଉପଲକ୍ଷେ ପ୍ରାତଃ ୮ଟାରେ ସଂସ୍କୃତି ଭବନ ପରିସରରେ ଥିବା ଅତିବଡ଼ୀ ଜଗନ୍ନାଥ ଦାସଙ୍କ ପ୍ରତିମୂର୍ତ୍ତିରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା, ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଭାପତି ଡ. ହୃଷୀକେଶ ମଲ୍ଲିକ, ଉପସଭାପତି ଡ. ସଂଗ୍ରାମ ଜେନା, ଏକାଡେ଼ମୀ ସଦସ୍ୟ ଡ.ବିବେକାନନ୍ଦ ପାଣିଗ୍ରାହୀ, ଏକାଡେ଼ମୀ ସହ ସଚିବ ପ୍ରଦୀପ କୁମାର ମିଶ୍ର, କବି ଡକ୍ଟର ପ୍ରସନ୍ନ କୁମାର ମହାନ୍ତି, ସାମ୍ବାଦିକ ଅରୁଣ କାନୁନ୍‌ଗୋ ଓ ଏକାଡେ଼ମୀର କର୍ମଚାରୀମାନେ ଉପସ୍ଥିତ ରହି ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ ।

ଏତଦ୍‌ ବ୍ୟତୀତ ଅତିବଡ଼ୀଙ୍କ ଜନ୍ମସ୍ଥାନ ପୁରୀ ଜିଲ୍ଲାସ୍ଥ କପିଳେଶ୍ୱରପୁରରେ କବିଙ୍କ ଆବିର୍ଭାବ ପବିତ୍ର ରାଧାଷ୍ଟମୀ ତିଥିରେ ପୂର୍ବାହ୍ନ ୧୦ଟା ୩୦ମି.ରେ ଏକାଡେ଼ମୀ ପକ୍ଷରୁ ଏକାଡେ଼ମୀର ସଭାପତି ଡ.ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ମଅତି ସଭାରେ ଶ୍ରଦ୍ଧାର୍ଘ୍ୟ ବାଢ଼ିଥିଲେ ବିଶିଷ୍ଟ ସାହିତ୍ୟିକ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ, କବି ବଦ୍ରୀ ମିଶ୍ର, ସଂସ୍କୃତି ଗବେଷକ ଡକ୍ଟର ସିଦେ୍ଧଶ୍ୱର ମହାପାତ୍ର ଓ ଯୁବ ପ୍ରବଚକ ଜ୍ଞାନାନନ୍ଦ ସାଗର କୁମାର ବେହେରା ଏବଂ ସାରସ୍ୱତ ପ୍ରେମୀ ମାନ୍ୟଗଣ ବ୍ୟକ୍ତି ।

ସେହିପରି ଭୁବନେଶ୍ୱରସ୍ଥ ରବୀନ୍ଦ୍ର ମଣ୍ଡପରେ ସଂଧ୍ୟା ୬ ଘଟିକାରେ ଆୟୋଜିତ ସମାରୋହର ପ୍ରାରମ୍ଭରେ ଭାଗବତ ପାଠ କରାଯାଇଥିଲା । ବେଦ ପାଠ ସହ ଆରମ୍ଭ କରାଯାଇଥିବା କାର୍ଯ୍ୟକ୍ରମରେ ଏକାଡେ଼ମୀର ସଭାପତି ଡ. ମଲ୍ଲିକ ପୌରହିତ୍ୟ କରିଥିଲେ । ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ଉଦ୍‌ଘାଟକ, କମିଶନର ତଥା ଶାସନ ସଚିବ ଡ.ସୁରେଶ ଚନ୍ଦ୍ର ଦଳାଇ ମୁଖ୍ୟଅତିଥି, ବିଭାଗୀୟ ନିର୍ଦ୍ଦେଶକ ରଂଜନ କୁମାର ଦାସ ସମ୍ମାନୀୟ ଅତିଥି, ଶାସ୍ତ୍ରୀୟ ଓଡ଼ିଆ ଉକ୍ରର୍ଷ ଅଧ୍ୟୟନ କେନ୍ଦ୍ର ନିର୍ଦ୍ଦେଶକ ଡ.ବସନ୍ତ କୁମାର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିବା ବେଳେ ଏକାଡେ଼ମୀର ଉପସଭାପତି ଡ.ଜେନା ଉପସଂହାର ବକ୍ତବ୍ୟ ପ୍ରଦାନ କରିଥିଲେ । ଏକାଡେ଼ମୀର ସହସଚିବ ଶ୍ରୀ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମଟିକୁ ସୁଜାତା ପ୍ରିୟଦର୍ଶିନୀ ସଂଚାଳନ କରିଥିଲେ । ଉତ୍ସବରେ ଶାଶ୍ୱତୀ ସୋସିଆଲ କଲ୍‌ଚରାଲ ସେଂଟର ପକ୍ଷରୁ ଭାଗବତ ପାଠ ସହିତ ଅତିବଡ଼ୀଙ୍କ ରଚନାରୁ ସଂଗୀତ ପରିବେଷଣ କରାଯାଇଥିଲା ।

jittmm
Leave A Reply

Your email address will not be published.