oom

ଜାଗା ମିଶନର ସମୀକ୍ଷା କଲେ ବିଧାୟକ ଓ ଜାଗା ମିଶନ ଉପଦେଷ୍ଟା

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଜାଗା ମିଶନ ଉପଦେଷ୍ଟା ଶ୍ୱାସତୀ ମିଶ୍ର ଗୁରୁବାର ଗଞ୍ଜାମ ଏନ୍‌ଏସି ଗସ୍ତରେ ଆସି ବଜାର ଗୋରଡା ହରିଜନ ସାହି ବସ୍ତି ବାସିନ୍ଦାଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟ ବିଷୟରେ ଆଲୋଚନା କରିବା ସହ ଜାଗା ମିଶନର ସମୀକ୍ଷା କରିଥିଲେ । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଉପନଗରପାଳ ସୁରେନ୍ଦ୍ର କୁମାର ବାରିକ, ଏନ୍‌ଏସି ଇଓ ଅବିନାଶ ମିଶ୍ର, ସାନିଟେସନ୍‌ ଏକ୍ସପଟ ସୁମିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ରାସ୍ତାଘାଟ, ପାନୀୟ ଜଳ, ଡ୍ରେନେଜ, ଘରପଟ୍ଟା, ଖୋଲା ପାର୍କ, ଆବାସ ଯୋଜନାରେ ଗୃହ ଏବଂ ରାସନ କାର୍ଡ ଆଦି ସମସ୍ତଙ୍କୁ ମିଳିଛି ନା ନାହିଁ ପଚାରି ବୁଝିଥିଲେ ଜାଗା ମିଶନ ଉପଦେଷ୍ଟା ଶ୍ୱାସତୀ ମିଶ୍ର । ଏଥିସହ କେହି ଜଣେ ହେଲେ ବ୍ୟକ୍ତି ନିଜର ମୌଳିକ ଅଧିକାରରୁ ବଞ୍ଚିତ ହେବେ ନାହିଁ ତାହା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ବୋଲି ବିଧାୟକ ଶ୍ରୀ ବେହେରା ନିଜ ବକ୍ତବ୍ୟରେ ସୂଚନା ଦେଇଥିଲେ । ପ୍ରଥମେ ଏହି ଜିଲ୍ଲାରୁ ୨୦୧୮ ଜାଗା ମିଶନ ଜରିଆରେ ଗରିବ ଜନସାଧାରଣ ତଥା ବାସହୀନଙ୍କୁ ଆବାସ ଯୋଜନାରେ ଗୃହ ଏବଂ ଘରପଟ୍ଟା ପ୍ରଦାନ କରି ଐତିହାସିକ ପଦକ୍ଷେପ ନେଇଥିଲେ ରାଜ୍ୟ ସରକାର । ବସ୍ତିରେ ରହୁଥିବା କୌଣସି ଲୋକଙ୍କ ଚାଳଛପର ରହିବ ନାହିଁ ବୋଲି ଜାଗା ମିଶନ ଉପଦେଷ୍ଟା ଦୃଢୋକ୍ତି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ଏନ୍‌ଏସି ଯୁବ ସଭାପତି ସୁଧୀର କୁମାର ପାଢ଼ୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ନୀଳାଞ୍ଚଳ ବାରିକ, ଯୁବନେତା ବିଭୁତି ପଲାଇ, କାଉନ୍ସିଲର ସୁଜାତା ମହାନ୍ତି, ପୁରସ୍ତମ ସାହୁ ଏବଂ ଏନ୍‌ଏସି ସିଏମ୍‌ଏମ୍‌ ଭାଗ୍ୟଶ୍ରୀ ନାୟକ, ଗୋଷ୍ଠୀ ସାଙ୍ଗଠିକା ସ୍ୱପ୍ନାରାଣୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.