ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବନ ବିଭାଗ ଓ ଏଫବିଏଲ ଷ୍ଟାଫମାନେ କରୁଥିଲେ ପେଟ୍ରୋଲିଂ କରୁଥିବା ସମୟରେ ଦେଖିଥିଲେ ଯେ କିଛି ଲୋକ ବର୍ଣ୍ଣେଇ ଜଙ୍ଗଲ ଅଞ୍ଚଳରୁ ଅବୈଧ ଭାବରେ କାଟି ଖଇର କାଠ ଏକ ପିକଅପ ଗାଡ଼ିରେ ଲୋଡ କରୁଥିଲେ । ବନ ବିଭାଗ ପହଞ୍ଚିବା ପରେ ସେମାନଙ୍କୁ ଦେଖି ସେମାନେ ପଳାଇବାକୁ ଚେଷ୍ଟା କରିଥିଲେ । ବନ କର୍ମଚାରୀମାନେ ସେମାନଙ୍କୁ ଦୌଡ଼ି ଜଣଙ୍କୁ ଧରିଥିଲେ । ସେହି ସ୍ଥାନରୁ ୧୦ କୁଇଣ୍ଟାଲ ଖଇର କାଠ ସହ ପିକଅପ ଗାଡ଼ି ଜବତ କରିଛନ୍ତି । ଧରାପଡ଼ିଥିବା ଲୋକ ହେଲେ ସନ୍ନ୍ୟାସୀ ମିର୍ଦ୍ଧା, ସମଚୁଆଁ, ଗଣ୍ଡପତ୍ରପାଲି ଗ୍ରାମର ବାସିନ୍ଦା । ବନ ବିଭାଗ ସେମାନଙ୍କୁ ଓଡ଼ିଶା ଜଙ୍ଗଲ ଆଇନ ଅନୁଯାୟୀ ଗିରଫ କରି ୨୫.୦୭.୨୦୨୫ ତାରିଖରେ କୋର୍ଟକୁ ଚାଲାଣ କରିଛି । ଏହି ଲୋକ ଲମ୍ବା ସମୟ ଧରି କାଠ ଚୋରି ଓ ଚାଲାଣ କାର୍ଯ୍ୟରେ ସମ୍ପୃକ୍ତ ଥିବା ବୋଲି ଶକ୍ତ ଅନୁମାନ କରାଯାଉଛି । ଏହି ଘଟଣା ସଂପର୍କରେ ଟିଟିଲାଗଡ ରେଞ୍ଜରେ କେସ ପଞ୍ଜିକୃତ ହୋଇଛି ଓ ଆଗାମୀ ଅନୁସନ୍ଧାନ ଜାରି ରହିଛି ବୋଲି ରେଞ୍ଜ ଅଧିକାରୀ ସଚ୍ଚିଦାନନ୍ଦ ସୁବୁଦ୍ଧି ତଥ୍ୟ ଦେଇଛନ୍ତି ।

Next Post