oom

ନୃସିଂହନାଥ ପୀଠରେ ଯାଦବ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠ ଠାରେ ପାଇକମାଲ ବ୍ଲକ ଯାଦବ ସମାଜ ମିଳିତ ଉଦ୍ୟମରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ପାଇକମାଲ ବିଚାର ମଞ୍ଚ ସଭାପତି ଭକଲ ହଂସ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ବିଗତ ଦିନରୁ ଜଡିତ ଥିବା ବରିଷ୍ଠ ସମାଜ କାର୍ଯ୍ୟକର୍ତ୍ତାଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା କରାଯାଇଥିଲା । ପାଇକମାଲ ବ୍ଲକ ଯାଦବ ଭାଇଙ୍କ କିପରି ସୁଦୃଢ ହେବ ଶିକ୍ଷା, ସଂସ୍କୃତିର ବିକାଶ ହେବ ପରସ୍ପର ଭାବେ କିପରି ଭାଇଚାରା ରହିବ ସମଲେଶ୍ୱରୀ ମନ୍ଦିର ସଭାପତି ମଧୁସୂଦନ ପାଣ୍ତେ ତାଙ୍କର ବ୍ୟକ୍ତବ ପ୍ରଦାନ କରିଥିଲେ । ନୂଆଁଖାଇ ଭେଟ୍‌ଘାଟ୍‌ରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ବଲପୁରୀ ନାଚ ଗୀତ ପରିବେଷଣ ହୋଇଥିଲା । ଏହି ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ପାଇକମାଲ ବ୍ଲକ ଯାଦବ ସମାଜ ସଭାପତି ବନମାଳୀ ଚନ୍ଦନ, ପାଇକମାଲ ବ୍ଲକ ସଂପାଦକ ବାଳକୃଷ୍ଣ ବନଛୋର, ଯୁବ ଯାଦବ ସଭାପତି ମାନସ ନାଗ, ମନୋଜ ପୁଞ୍ଜି, ଭାସ୍କର ଭୋଇ, ନଳିନୀ ଥପା, ସୁବଳ ଥପା, ରାମ କିଷସନ ହଂସ, ଅର୍ଜୁନ ଅଦାବର, ଡୋଲାମଣି ମାହାର, ଶୁଶିଳ ବାଗ, ଡୋଲାମଣି ଦୀପ, ଝାରବନ୍ଧରୁ ବ୍ଲକ ଲକ୍ଷ୍ମୀ ବାଗ, ଗୁଣନିଧି ବନଛୋର, ଗାନ୍ଧୀ ବାଗ, ଖଗେଶ୍ୱର ହଂସ, ଗାଇସିଲେଟରୁ ସୁରେଶ୍ଵର ଭୋଇ, ଭେଡେନରୁ ନରେନ୍ଦ୍ର ବାଗ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.