କଫ ସିରଫ ଜବତ କଲା ଟାଉନ ପୋଲିସ

ବରଗଡ, (ମୁନ୍ନା ସାହୁ) : କଟାପାଲିରେ ନିର୍ମାଣଧୀନ ଘର ଭିତରେ ରହିଥିଲା ବେଆଇନ କଫ ସିରଫ । ବରଗଡ଼ ଟାଉନ ପୋଲିସ ଖବର ପାଇ କଲା ଚଢ଼ାଉ । ୫୦୫୦ ବୋତଲ ଏସ୍‌କଫ ସିରଫ ଜବତ କରିବା ସହ ୮ ଜଣକୁ ଗିରଫ କଲା ଟାଉନ ପୋଲିସ । ଟାଉନ ଥାନାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବରଗଡ଼ ଏସପି । ସୂଚନା ଅନୁସାରେ ବରଗଡ଼ ବ୍ଲକ କଟାପାଲି ଠାରେ ଏକ ନିର୍ମାଣଧୀନ ଘର ଭିତରେ ବେଆଇନ କଫ ସିରଫ ରଖାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ଟାଉନ ପୋଲିସ । ଏସପିଙ୍କ ନିର୍ଦ୍ଦେଶକ୍ରମେ ଚଢ଼ାଉ କରି ୫୦୫୦ ଗୋଟି କଫ ସିରଫ ଜବତ କରିବା ସହ ୮ ଜଣଙ୍କୁ ଗିରଫ କରିଛି ପୋଲିସ । ୭୬, ୭୦୦ ଟଙ୍କା, ୭ ଗୋଟି ଦୁଇଚକିଆ ଗାଡି, ୭ ଗୋଟି ମୋବାଇଲ ଜବତ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.