ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ନୂଆପଡ଼ା ଜିଲ୍ଲା ଛତିଶଗଡ ରାଜ୍ୟ ସୀମାବର୍ତ୍ତି ଜଙ୍ଗଲରେ ମାଓ କେଂପ୍ ଠାବ ବିପୁଳ ମାଓ ସାମଗ୍ରୀ ଜବତ । ବଡ଼ ଧରଣର ମାଓ ହିଂସା ଘଟାଇବା ପାଇଁ ହୋଇଥିଲା ଯୋଜନା ସୂଚନା ଦେଲେ ନୂଆ ପଡ଼ା ଏସ ପି ଗୁଣ୍ଡଳା ରେଡ୍ଡୀ ରାଘବେନ୍ଦ୍ର । ଛତିଶଗଡ ରାଜ୍ୟ ଓ ଓଡ଼ିଶା ରାଜ୍ୟ ସୀମା ଅନ୍ତର୍ଗତ ନୂଆପଡ଼ା ଜିଲ୍ଲା ନାରାୟଣ ଡଙ୍ଗରରେ ପୋଲିସର କମ୍ବିଙ୍ଗ ଜାରି । ଗୋଟିଏ ମାଓ କ୍ୟାମ୍ପ ଠାବ । ବିପୁଳ ମାଓ ସାମଗ୍ରୀ ସହ ଟିଫିନ୍ ବୋମା, ବୋମା ତିଆରି ସାମଗ୍ରୀ ଜବତ । ଛତିଶଗଡ ଭଳି ଏହି ଅଞ୍ଚଳରେ ବଡ଼ ମାଓ ହିଂସା ଘଟାଇବା ପାଇଁ ଥିଲା ଯୋଜନା । ତେବେ ପୋଲିସର କମ୍ବୀଙ୍ଗ ସମୟରେ ଏହାର ହୋଇଛି ଖୁଲାସା । ସେପଟେ ଏଠି କମ୍ବିଁ ଜାରି ରହିଥିବା ବେଳେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ନୂଆପଡ଼ା ଏସପି ଗୁଣ୍ଡଲା ରେଡ୍ଡୀ ରାଘବେନ୍ଦ୍ରା ଏହାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ” ଛତିଶଗଡ ରାଜ୍ୟ ଓ ଓଡ଼ିଶା ସୀମା ସିନାପାଲି ଥାନା ଅନ୍ତର୍ଗତ ନାରାୟଣ ଦଙ୍ଗରରେ ମାଓ ଗତି ବିଧି ଥିବାର ବିସ୍ଵସ୍ଥ ସୂତ୍ରରୁ ଖବର ମିଳିଥିଲା । ଯାହା ପରେ ନୂଆପଡ଼ା ପୋଲିସ୍ ଓ ଡିଭିଏଫ ଫୋର୍ସ କମ୍ବିଙ୍ଗ ଆରମ୍ଭ କରିଥିଲେ । ଏବଂ ଓଡ଼ିଶା ଓ ଛତିଶ ଗଡ ରାଜ୍ୟର ସୀମା ଥିବା ନାରାୟଣ ପାହାଡ଼ରେ ଏମାନେ ଲୁଚିଥିଲେ । ଆମ ଫୋର୍ସ ପହଞ୍ଚିବା ପୂର୍ବରୁ ସେମାନେ ସେଠୁ ଫେରାର ମାରିଥିଲେ । ଏବଂ ଏକ ଗୁମ୍ଫାରେ ସେମାନେ ଲୁଚାଇଥିବା ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି । ସେହିପରି ଏଥିରେ ଏକ ଆଇ ଇ ଇଡି ଟିଫିନ୍ ବୋମା ସହିତ ୨୧ ଗୋଟି ବୋମା ତିଆରି ପାଇଁ ଥିବା ଜିଲେଟିନ, ଡିଟୋନେଟର ଜବତ ହୋଇଛି । ତେବେ ନିକଟରେ ସୀମା ଆରପଟେ ମାଓ ଦ୍ଵାରା ବ୍ୟାପକ ହିଂସା କାଣ୍ଡ କରାଯାଇଥିଲା । ଯେଉଁଥିରେ ଜଣେ ଏଡିସନାଲ ଏସପଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଏହି ଅଞ୍ଚଳରେ ମଧ୍ୟ ଏକ ବଡ ମାଓ ହିଂସା ପାଇଁ ଏମାନଙ୍କର ଯୋଜନା ଥିଲା । ଯାହା ଉପରେ ଆମେ ଏଲାର୍ଟ ମୋଡରେ ଅଛୁ । ଏବଂ ଏସବୁ ଅଞ୍ଚଳରେ ଆମ କଂବି ଅପରେସନ ଜାରି ରହିଛି” ବୋଲି ସେ କହିଛନ୍ତି ।
