ଆଗଲପୁର ପୋଲିସ ଦ୍ଵାରା ମହୁଲ ପୋଚ ଜବତ

ଆଗଲପୁର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ପୋଲିସ ଉଚ୍ଚବାହାଲ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ବିପୁଳ ପରିମାଣର ମହୁଲ ପୋଚ ଜବତ କରିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଗଲପୁର ଥାନା ଆଇଆଇସି ବାସୁଦେବ ଭୋଇଙ୍କ ନେତୃତ୍ୱରେ ଏସ୍‌ଆଇ ସୁଚିଶ୍ମିତା ଜେନା, କନଷ୍ଟେବଳ ବେଣୁଧର ମହାଲିଙ୍ଗ, ଲାବିନ ଧରୁଆ, ମନୋରଞ୍ଜନ ନନ୍ଦ, ଶିବାନନ୍ଦ ନାଏକ, ପଦ୍ମଲୋଚନ ଗଡତ୍ୟା ପ୍ରମୁଖ ଏହି ଚଢାଉରେ ସାମିଏ ଥିଲେ । ଏହି ଚଢାଉରେ ପୋଲିସ କାହାରିକୁ ଗିରଫ କରି ନ ଥିବା ବେଳେ ପ୍ରାୟ ୧୨ ଶହ ଲିଟର ମହୁଲ ପୋଚ ନଷ୍ଟ କରିଥିବା ଜଣାଯାଇଛି । ସେହିପରି ଅନ୍ୟ ଏକ ଘଟଣାରେ ବେଆଇନ ଭାବେ ଦେଶୀ ମଦ କାରବାର କରୁଥିବା ଅଭିଯୋଗରେ ପୋଲିସ ଉଚ୍ଚବାହାଲ ଗ୍ରାମର ଦିନେଶ୍ୱର ବେହେରାଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ଦୁଇଟି ଟ୍ୟୁବରେ ଭର୍ତ୍ତି ହୋଇଥିବା ୩୦ ଲିଟର ଦେଶୀ ମହୁଲି ମଦ ଜବତ କରିଛି । ଏଥିସହିତ ଦିନେଶ୍ୱରଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ଆଇଆଇସି ଶ୍ରୀ ଭୋଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.