ommm
jittmm

୪୧ କିଲୋ ଗଞ୍ଜେଇ ଜବତ : ମାଫିଆ ଚମ୍ପଟ

ଗଜପତି : ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଅନ୍ତର୍ଗତ ସୁଲୁବା – ନୂଆସାହି ବାଘମାରି ରାସ୍ତାରେ ୪୧ କିଲୋ ଗଞ୍ଜେଇ ଜବତ କରିଛି ପୁଲିସ । ହେଲେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ୨ ଜଣ ମାଫିଆ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ଏନେଇ ଥାନା ଅଧିକାରୀ ବସନ୍ତ ସେଠୀ ସୂଚନା ଦେଇଛନ୍ତି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ଥାନା ଅଧିକାରୀଙ୍କ ତତ୍ୱାବଧାନରେ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ସୁନିଲ ସେଠୀଙ୍କ ନେତୃତ୍ୱରେ ବାଘମାରି ଅଞ୍ଚଳରେ ପାଟ୍ରୋଲିଂ ଚାଲିଥିଲା । ଏହି ସମୟରେ ସୁଲୁବା- ନୂଆସାହି ଓ ବାଘମାରି ରାସ୍ତାର ଏକ କଲଭର୍ଟ ନିକଟରେ ୨ ଜଣ ଯୁବକ ଠିଆ ହୋଇଥିଲେ । ସେମାନଙ୍କ ନିକଟରେ ବଡ ବସ୍ତା ଥିବା ଦେଖି ପୁଲିସ ସନ୍ଦେହ କରି ଚଢ଼ାଉ କରିଥିଲେ । ପୁଲିସକୁ ଦେଖି ୨ ଜଣ ଯୁବକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ପୁଲିସ ଉକ୍ତ ବସ୍ତାକୁ ଯାଞ୍ଚ କରିବା ପରେ ୪୧ କିଲୋ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡିଥିଲା । ଉକ୍ତ ଗଞ୍ଜେଇ ଜବତ କରି ତଦନ୍ତ ଚଳାଇଛି ପୁଲିସ । ତେବେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ । ଖୁବ୍ ଶୀଘ୍ର ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ବ୍ୟକ୍ତିକୁ ଗିରଫ କରାଯିବ ବୋଲି କହିଛନ୍ତି ଥାନା ଅଧିକାରୀ ବସନ୍ତ ସେଠୀ ।

Leave A Reply

Your email address will not be published.