
ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ପୋଲିସକୁ ମିଳିଲା ବଡ଼ ସଫଳତା । ୪୨କେଜି ଗଂଜେଇ ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ବାସୁଦେବ ବିଡ଼ିକା (୩୫), ଅଜୟ କାଡ୍ରାକା (୨୫), କିଙ୍ଗପିନ ତୁଷାର ଦୀପକ ଉଘାଡେ (୩୯) ଓ ରୋହିତ ବିଡ଼ିକା (୧୭) ବୋଲି ଜଣା ପଡ଼ିଛି । ଏମାନେ ଗୁଡ଼ାରୀ ଥାନା ଅନ୍ତର୍ଗତ ମେଟୁ ଖିଲିଙ୍ଗିରାଇ ଗ୍ରାମର ହୋଇଥିବା ବେଳେ ଜଣେ ମହାରାଷ୍ଟ୍ରର ବାସିନ୍ଦା ବୋଲି ଜଣାପଡ଼ିଛି । ତେବେ ଗଂଜେଇ ଜବତ ସ୍ଥାନରେ ରାମନାଗୁଡ଼ା ତହସିଲଦାର ଗୟା ଡମ୍ବରୁଧର ବେହେରା, ବିଡ଼ିଓ ରିନା ପ୍ରଧାନ ଉପସ୍ଥିତ ଥିଲେ । ସରକାରୀ ସାକ୍ଷୀ ଭାବେ ପିଇଓ ରମାକାନ୍ତ ମାଣ୍ଡାଙ୍ଗୀ, ଚିତ୍ତରଞ୍ଜନ ଦେଓ ରହିଥିଲେ । ରାମନାଗୁଡ଼ା ଥାନା ଅଧିକାରୀ ସୁନିତା ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଆଇଆଇସି ଜଳନ୍ଧର ସେଠୀ,ଏସ୍ଆଇ ବାବୁଲା ପ୍ରଧାନ, ଏଏସ୍ଆଇ ଠାକୁର ଦାସଟୁଡୁ, ହାବିଲଦାର ଦେବଗ୍ରୀନ ଶବର, ସୁନୀଲ ଡାକୁଆ, ଶମ୍ଭୁ ପାଲକା ଓ ଦୁର୍ଗାପ୍ରସାଦ ଜଗତ ଉପସ୍ଥିତ ଥିଲେ । ତେବେ ଜବତ ହୋଇଥିବା ଗଂଜେଇର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଛବିଶ ହଜାର ଟଙ୍କା ହେବ ବୋଲି ଥାନାଅଧିକାରୀ ସୁନିତା ବେହେରା ପ୍ରକାଶ କରିଛନ୍ତି ।