oom

କଣ୍ଟାବାଞ୍ଜି ବନାଞ୍ଚଳ ଅଧିକାରୀଙ୍କ ଦ୍ଵାରା ସଂରକ୍ଷିତ ଜଙ୍ଗଲରେ ଜମି ତିଆରି କରୁଥିବା ଏକ କାର୍ଯ୍ୟରତ ଜେସିବି ଜବତ୍

jsmm

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବନାଞ୍ଚଳ ଅଧିକାରୀଙ୍କ ଦ୍ଵାରା ସଂରକ୍ଷିତ ଜଙ୍ଗଲରେ ଜମି ତିଆରି କରୁଥିବା ଏକ କାର୍ଯ୍ୟରତ ଜେସିବି ଓଡି ୦୩ଭି୧୨୩୯ ଜେସିବିକୁ ଜବତ୍ କରିଛି ଜଙ୍ଗଲ ବିଭାଗ । ଏହା ସହ ତୁରେକେଲା ବ୍ଲକ ତୁରେକେଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୁଡିବାହାଲ ଗ୍ରାମର ଜେସିବି ଡ୍ରାଇଭର ପ୍ରେମାନନ୍ଦ ଷାଣ୍ଡ(୩୨) ଏବଂ ମହୁଲପାଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ମହୁଲପାଟି ଗାଁର ଜଙ୍ଗଲ ଜମି ଜବରଦଖଲକାରୀ ମାଧବ ପାଣ୍ଡେ (୩୩)ଙ୍କ ନାମରେ କେସ୍ ରୁଜୁ କରି ଜେଲ୍ କାରାଗାରକୁ ପଠାଯାଇଥିବା ବନାଞ୍ଚଳ ଅଧିକାରୀ ସିଦ୍ଧାର୍ଥ କୁମାର ସାହୁ କହିଛନ୍ତି । ଏନେଇ ଜେସିବି ଡ୍ରାଇଭର ବୟାନ ଦେଇଥିବା ମୁତାବକ ମାଧବ ପାଣ୍ଡେ ପ୍ରାୟ ରାତି ୧୦ଟା ସମୟ ବେଳେ ଡ୍ରାଇଭରଙ୍କୁ ଜେସିବି ନେଇ ଚାଲ ଜରୁରୀ କାମ ଅଛି ବୋଲି ଡ଼ାକିନେଇ ଥିବା ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ପ୍ରାୟ ୩୦ ଏକର ଜଙ୍ଗଲ ଜମି ଜବରଦଖଲ କରି କପା ଚାଷ କରୁଥିବା ଜଣାପଡିଛି ।

jittmm
Leave A Reply

Your email address will not be published.