ଧରତି ଆବ୍ୱା ଏକ୍ସପ୍ରେସରୁ ୭୦ ଲକ୍ଷ ଟଙ୍କା ଜବତ ଘଟଣା – ତଦନ୍ତ କଲାପରେ ଛାଡ଼ିଲେ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶୁକ୍ରବାର ସକାଳ ନ’ଟା ବେଳକୁ ଟିଟିଲାଗଡ଼ ରେଳ ଷ୍ଟେସନରେ ଧରତୀ ଆବ୍ୱା ଏକ୍ସପ୍ରେସରେ ଟିଟିଲାଗଡ଼ ରେଳ ସୁରକ୍ଷା ବଳର ଅଧିକାରୀ ଏବଂ କର୍ମଚାରୀମାନେ ଟ୍ରେନ ଭିତରକୁ ଯାଇ ଯାଞ୍ଚ କରିବା ପରେ ଦୁଇ ଜଣଙ୍କୁ ସନ୍ଦେହରେ ଖାନ୍‌ତଲାସୀ କଲା ବେଳେ ତାଙ୍କ ବ୍ୟାଗ୍ ଭିତରୁ ବହୁ ମାତ୍ରାରେ ଟଙ୍କା ବାହାରି ଥିଲା, ତେବେ ଟଙ୍କା ନେଇ ଯାଉଥିବା ଦୁଇ ଯୁବକଙ୍କୁ ଟ୍ରେନରୁ ଓହ୍ଲାଇ କାଗଜପତ୍ର ମାଗିବା ସହ ଏତେ ଟଙ୍କା କେଉଁଠୁ ଆଣିଲେ ବୋଲି ତଥ୍ୟ ମାଗିଥିଲେ ଆର ପି ଏଫ୍ ଅଧିକାରୀ । ତେବେ ସେହି ଦୁଇ ଯୁବକ ପ୍ରଭାତ କୁମାର ସାହୁ ଓ ଉମେଶ ପ୍ରସାଦ କେସିଙ୍ଗା ଷ୍ଟେସନରୁ ଟଙ୍କା ଧରି ନିଜ ମାଲିକଙ୍କ ପାଖକୁ ଯାଉଥିଲେ । କାଲି ସନ୍ଧ୍ୟାରେ ମାଲିକ ଆୟକର ବିଭାଗର ସୁପରିଟେଣ୍ଡେଣ୍ଟ ଅଫିସକୁ ଆସି କାଗଜପତ୍ର ଦେଖାଇବା ପରେ ଟଙ୍କା ସହ ଉଭୟ ଯୁବକଙ୍କୁ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.