କାଲିମେଳାରୁ ମାଓବାଦୀଙ୍କ ଠାରୁ ବିପୁଳ ବିସ୍ଫୋରକ ଜବତ

ମାଲକାନଗିରି : ମାଲକାନଗିରି କାଲିମେଳା ଅଞ୍ଚଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ । ମାଓବାଦୀଙ୍କ ବଡଧରଣର ଷଡ଼ଯନ୍ତ୍ର ପଣ୍ଡ । ମାରିଗେଟା ଅଞ୍ଚଳରେ ମାଓବାଦୀ ଲୁଚାଇ ରଖିଥିବା ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି । କାଲିମେଳା ଅଞ୍ଚଳରେ ମାରିଗେଟାରେ ଥିବା ୭୬ ବିଏସ୍‌ଏଫ୍‌ ବାଟାଲିଆନର ଯବାନମାନେ କମ୍ବିଂ ଅପରେସନ ସମୟରେ ବିସ୍ଫୋରକ ଠାବ କରିଥିଲେ । ମାଟି ତଳୁ ଜିଲେଟିନ ଷ୍ଟିକ୍‌, ଡିଟୋନେଟର, ବିଦ୍ୟୁତ ତାର ସହ ଅନ୍ୟ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଯବାନଙ୍କୁ ଟାର୍ଗେଟ କରି ପାହାଡ ଖୋଲରେ ନକ୍ସଲ ବିସ୍ଫୋରକ ଲୁଚାଇଥିବା ସନ୍ଦେହ କରାଯାଉଛି । ଏହି ବିସ୍ଫୋରକ ଜବତ ଏକ ବଡ ଅସୁବିଧାରୁ ରକ୍ଷା କରିଛି ବୋଲି କୁହାଯାଉଛି ।

Leave A Reply

Your email address will not be published.