oom

କମ୍ବିଂ ଅପରେସନ ବେଳେ ମାଓବାଦୀ ଲୁଚାଇ ରଖିଥିବା ବହୁ ମାରଣାସ୍ତ୍ର ବିସ୍ପୋରକ ଜବତ

jsmm

ମାଲକାନଗିରି : ମାଲକାନଗିରି ଜିଲ୍ଲା ପୁଲିସକୁ ମିଳିଛି ଏକ ବଡ଼ ସଫଳତା । ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବ ଥାନା ଧାକଡ଼ପଦର ଜଙ୍ଗଲରେ ମାଓବାଦୀ ଲୁଚାଇ ରଖିଥିବା ଇଭିଏମ ମେସିନ, ବନ୍ଧୁକ, ବମ ଓ ଗୋଳାବାରୁଦକୁ ଜବତ କରିଛନ୍ତି ଯବାନ । ସ୍ୱାଭିମାନ ଅଞ୍ଚଳରେ ମାଓବାଦୀମାନେ କୌଣସି ଏକ ବଡ଼ ଧରଣର ହିଂସାକାଣ୍ଡ ଘଟାଇବାକୁ ଯୋଜନା କରି ବିପୁଳ ପରିମାଣର ବିସ୍ପୋରକ ଦ୍ରବ୍ୟ ଲୁଚାଇ ରଖିଥିବାର ଗୋଇନ୍ଦା ସୂତ୍ରରୁ ଖବର ପାଇଥିଲା ପୁଲିସ ।

ମଙ୍ଗଳବାର ଏସଓଜି, ଡିଭିଏଫ ଯବାନମାନେ ସ୍ୱାଭିମାନ ଅଞ୍ଚଳକୁ କୁମ୍ବିଂ ଅପରେସନରେ ଯାଇଥିଲେ । ସନ୍ଧ୍ୟାରେ ଅପରେଶନ ସାରି ଫେରୁଥିବା ବେଳେ ଆନ୍ଧ୍ର ଓଡ଼ିଶା ସୀମାନ୍ତ ଯୋଡ଼ାମ୍ବ ଥାନା ଧାକଡ଼ପଦର ଜଙ୍ଗଲରେ ଏକ ଡ଼ମ୍ପ ଠାବ କରିଥିଲେ । ସତର୍କ ତାର ସହିତ ଉକ୍ତ ଡ଼ମ୍ପଟିକୁ ଖାନ ତଲାସୀ କରିବାରୁ ମାଓବାଦୀ ଲୁଚାଇ ରଖିଥିବା ଗୋଟିଏ ଏସବିଏମ ଏଲ ବନ୍ଧୁକ, ପିସ୍ତଲ, ୪ଟି ଟିଫିନ ବମ୨ଟି ପ୍ରେସର ମାଇନ, କ୍ଲେମୋର ମାଇନ, ଲ୍ୟାଣ୍ଡମାଇରେ ବ୍ୟବହୃତ ପାଉଡର, ଇଭିଏମ ମେସିନ, କୋର୍ଡେକ୍ସ ତାର, ବାଇନକୁଲର, ଔଷଧ, ପୁସ୍ତକ, ପୋଷାକ, ଟୋପି, କିଟ ବ୍ୟାଗ, ବହୁ ପରିମାଣର ବିସ୍ପୋରକ ଦ୍ରବ୍ୟ ସହିତ ମାଓସାମଗ୍ରୀ ଯବାନ ମାନେ ଜବତ କରିଥିବାର ମାଲକାନଗିରି ଏସ୍‌ପି ନିତେଶ ୱାଧନୀ ପ୍ରେସ ନୋଟ ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.