ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ରସ ଜବତ

ତୁଷୁରା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ ଅନ୍ତର୍ଗତ ରହେନମାଲ ଗ୍ରାମରେ ତୁଷୁରା ଅବକାରୀ ଓ ପୁଲିସ ବିଭାଗ ପକ୍ଷରୁ ଚଢାଉ କରାଯାଇ ୮୦ ଲିଟର ଦେଶୀ ମଦ ଓ ୧ ହଜାର ୫୩୦ କେଜି ମହୁଲ ରସ ଜବତ କରାଯାଇଛି । ମହୁଲ ରସକୁ ନଷ୍ଟ କରାଯାଇଥିବା ସୂଚନା ମିଳିଛି । ତେବେ ଏହି ଚଢାଉରେ ବ୍ୟବହୃତ ସମସ୍ତ ସାମଗ୍ରୀକୁ ଜବତ କରାଯାଇଥିବା ଜଣାପଡିଛି । ଏଥିରେ ସମ୍ପୃକ୍ତ ଥିବା ଅଭିଯୁକ୍ତର କୌଣସି ପତ୍ତା ମିଳି ନଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଇଥିବା ଜଣାପଡିଛି । ଏହି ଚଢାଉ ସମୟରେ ତୁଷୁରା ଅବକାରୀ ଅଧିକାରୀ ଅଲେଖ ପୁଟେଲ, ତୁଷୁରା ଥାନା ଅଧିକାରୀ ସଞ୍ଜିବ ପ୍ରଧାନ, ଏଏସ୍‌ଆଇ ଜେ. ଧରୁଆ, ଆର୍ତ୍ତତ୍ରାଣ ବହିଦାର, ବିଭୁତି ଭୋଇ, ଏଏସ୍‌ଆଇ ଜେ.ଏନ୍‌ ଯୋଶୀ ସାମିଲ ହୋଇଥିଲେ ।

Leave A Reply

Your email address will not be published.