ls

ବାଇକ୍ ଚୋରି କରି ଧରାପଡିଲେ ୪ ଜଣ, ୨ ବାଇକ୍ ଓ ୪ ମୋବାଇଲ ଜବତ

sb

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଦେଉଳି ଗ୍ରାମରୁ ଗତ ୨୩ ତାରିଖରେ ବାଇକ୍ ଓ ମୋବାଇଲ୍ ଚୋରି ହୋଇଥିବା ଘଟଣାରେ ପୋଲିସ ହାତରେ ୪ ଜଣ ଧରାପଡିଛନ୍ତି । ଏଥିସହ ଜଣେ ନାବାଳକ ଅଟକ ରହିଛି । ସୂଚନା ଅନୁସାରେ ଗତ ୨୩ ତାରିଖ ରାତିରେ ଦେଉଳି ଗ୍ରାମର ସାହୁ କଲୋନୀରୁ ଅଭିମନ୍ୟୁ ବଗର୍ତ୍ତି ଓ ବିଜୟ ଆଚାର୍ଯ୍ୟଙ୍କ ବାଇକ୍ ଚୋରି ହୋଇଥିଲା । ସେହି ଦିନ ରାତିରେ ଉକ୍ତ ଗ୍ରାମର ୱେଲେଣ୍ଡିଂ ଦୋକାନରେ କାର୍ଯ୍ୟରତ ଶ୍ରମିକ ଦଇତାରୀ ଶଙ୍ଖୁଆ ଓ ଅନ୍ୟ ୩ ଜଣ ଶ୍ରମିକ ଶୋଇଥିବା ବେଳେ ୪ ଟି ମୋବାଇଲ୍ ଚୋରି ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ହେଲା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଚୋରି ହୋଇଥିବା ଦୁଇଟି ବାଇକ୍ ଓ ୩ ଟି ମୋବାଇଲ ଜବତ କରିଥିଲା । ଏହି ଚୋରି ଘଟଣାରେ ଦେଉଳିର ସୋନୁ ମାଝୀ, ନୂର୍ପା ଗ୍ରାମର ସମ୍ବାରୁ ମହାମଲ୍ଲିକ, ସଂଜିତ୍ ବେହେରା, ଦହ୍ୟା ଗ୍ରାମର ଆଲୋକ ସାହୁଙ୍କୁ ପୋଲିସ ଗିରଫ କରିଥିଲା । ଜଣେ ନାବାଳକକୁ ପୋଲିସ ଅଟକ ରଖିଛି । ଆଲୋକ ଅଭିଯୁକ୍ତଙ୍କଠାରୁ ବାଇକ୍ ଓ ସ୍ମାର୍ଟ ଫୋନ କ୍ରୟ କରିଥିଲେ । ଚାରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜଣେ ନାବାଳକକୁ ଜୁଭେନାଇଲ କୋର୍ଟରେ ହାଜର କରାଯିବ ବୋଲି ଜଣାପଡିଛି ।

pc pk
Leave A Reply

Your email address will not be published.