ବିପୁଳ ପରିମାଣର କଫ୍‌ ସିରପ ଜବତ

ବରଗଡ଼, (ନିରୋଜ କୁମାର ପାଣୀ) : ବିପୁଳ ପରିମାଣର କଫ୍‌ ସିରପ ଜବତ କରିଛି ବରଗଡ଼ ଟାଉନ୍‌ ପୁଲିସ । ସହର ଭିତରେ କଫ୍‌ ସିରପ୍‌ କାରବାର କରୁଥିବା ଗୋଟିଏ ପରିବାରକୁ ଧରିଛି ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ବାନ୍ଦୁଟିକ୍ରା ସୁନାରି ଗଳିର ଶ୍ୟାମ ମେହେର, ସ୍ତ୍ରୀ ଯମୁନା ମେହେର ଏବଂ ଝିଅ ପିଙ୍କି ମେହେର । ସୂଚନା ଅନୁସାରେ ଶକ୍ତିନଗରଠାରେ ପିଙ୍କି ରହୁଥିବା ଭଡ଼ାଘରେ ପୁଲିସ୍‌ ଚଢ଼ଉ କରିଥିଲା । ସେଠାରୁ ୨୩୨୫ ବୋତଲ୍‌ ସିରପ୍‌, ନିଶା ବଟିକା ଏବଂ ମିଶ୍ରିତ ତରଳ ନିଶା ଦ୍ରବ୍ୟ ଜବତ ହୋଇଛି । ଶ୍ୟାମ ଏହି ନିଶା କାରବାର କରୁଥିବା ଜଣାପଡିଛି । ଚଢ଼ାଉ ବେଳେ ଯମୁନା ଏବଂ ପିଙ୍କି ଫେରାର୍‌ ମାରିଥିଲେ । ପରେ ଯମୁନାକୁ ଧରାଯାଇଥିଲା ।

Leave A Reply

Your email address will not be published.