centurian jitm

୬୪ କିଲୋ ଗଞ୍ଜେଇ ଜବତ ସହ ୧ ଗିରଫ

nschool

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଭୁବନେଶ୍ୱର ରେଳ ଷ୍ଟେସନରୁ ରେଳବାଇ ଥାନା ପୁଲିସ ୬୪ କିଲୋ ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତଙ୍କ ନାମ ରୋହିତ ସେ ଦିଲ୍ଲୀ ବାସିନ୍ଦା ବୋଲି ଜଣାପଡିଛି । ସେ ରାଜସ୍ଥାନର ଜୟପୁରକୁ ଗଞ୍ଜେଇ ଚାଲାଣ କରୁଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ରୋହିତ ଭୁବନେଶ୍ୱରର ଜଣେ ମଧ୍ୟସ୍ଥିଙ୍କ ଜରିଆରେ ଗଞ୍ଜେଇ ଆଣିଥିଲେ । ସେ ୩ଟି ଟ୍ରଲି ବ୍ୟାଗ୍‌ରେ ଗଞ୍ଜେଇ ଭର୍ତ୍ତି କରି ଗତକାଲି ରାତିରେ ୨ ନମ୍ବର ପ୍ଲାଟ୍‌ ଫର୍ମରେ ପୁରୀ-ଯୋଧପୁର ଏକ୍ସପ୍ରେସକୁ ଅପେକ୍ଷା କରିଥିବା ବେଳେ ରେଳବାଇ ଥାନା ପୁଲିସ ପହଞ୍ଚି ଟ୍ରଲି ବ୍ୟାଗ୍‌କୁ ଯାଞ୍ଚ କରିବା ବେଳେ ସେଥିରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା । ଜେରା ବେଳେ ସେ ରାଜସ୍ଥାନ ଜୟପୁରକୁ ଗଞ୍ଜେଇ ଚାଲାଣ କରୁଥିବା ସ୍ୱୀକାର କରିଥିଲେ । ଆସନ୍ତାକାଲି ରୋହିତକୁ କୋର୍ଟ ଚାଲାଣ କରାଯିବ ବୋଲି ରେଳବାଇ ପୁଲିସଠାରୁ ସୂଚନା ମିଳିଛି ।

Leave A Reply

Your email address will not be published.