ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହରର ସେକ୍ଟର-୭ ପୋଲିସ ସେକ୍ଟର ଅଞ୍ଚଳର ଏକ ଆବାସିକ କ୍ୱାର୍ଟରରୁ ଆଜବେଷ୍ଟସ୍ ଛାତ ଭାଙ୍ଗି ଚୋରି କରିଥିବା ଅଭିଯୋଗରେ ଜଡିତ ଜଣେ ଅଭ୍ୟାସଗତ ଅପରାଧୀଙ୍କୁ ସଫଳତାର ସହ ଗିରଫ କରିଛି । ଅଭିଯୁକ୍ତର ନାମ ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ ବୋଲି ଚିହ୍ନଟ କରାଯାଇଛି । ଯିଏ ଜଣେ ଜଣାଶୁଣା ଅପରାଧୀ । ପୋଲିସର ତଦନ୍ତ ଆଧାରରେ, ଅଭିଯୁକ୍ତଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କାର ଚୋରି ଜିନିଷ ଉଦ୍ଧାର କରାଯାଇଛି । ଯେଉଁ ଚୋରି ଜିନିଷ ମଧ୍ୟରେ ସୁନା ଅଳଙ୍କାର ଏବଂ ନଗଦ ୧ ଲକ୍ଷ ୫ ହଜାର ଟଙ୍କା ରହିଛି । ପୋଲିସର ସୂଚନା ଅନୁଯାୟୀ, ଚୋରି ସେକ୍ଟର-୮ ଅଞ୍ଚଳରେ ଘଟିଥିଲା । ସେକ୍ଟର-୮ର ବାସିନ୍ଦା ରତ୍ନାକର କିଶାନ ତାଙ୍କ ସ୍ତ୍ରୀଙ୍କ ସହିତ ବଜାରକୁ ଯାଇଥିଲେ । ସେମାନଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଅଭିଯୁକ୍ତମାନେ ସନ୍ଧ୍ୟାରେ ଘରର ଆଜବେଷ୍ଟସ୍ ଛାତ ଭାଙ୍ଗି ସୁନା ଅଳଙ୍କାର ଏବଂ ନଗଦ ନେଇ ପଳାଇ ଯାଇଥିଲେ । ତୁରନ୍ତ ତଦନ୍ତ କରାଯାଇ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ଏବଂ ତାଙ୍କ ପାଖରୁ ସମସ୍ତ ଚୋରି ସୁନା ଅଳଙ୍କାର ଏବଂ ନଗଦ ଜବତ କରାଯାଇଛି । ଅଭିଯୁକ୍ତର ଅନ୍ୟ ମାମଲାର ସମ୍ପୃକ୍ତି ନେଇ ଅଧିକ ତଦନ୍ତ ଚାଲିଛି । ସେହିପରି, ଅନ୍ୟ ଏକ ଘଟଣାରେ, ସେକ୍ଟର-୧୯ ପୋଲିସ ଦୁଇ ଜଣ ଛିନତାଇଙ୍କୁ ଗିରଫ କରିଛି ଏବଂ ସେମାନଙ୍କଠାରୁ ଲୁଟ ହୋଇଥିବା ବ୍ୟାଗ ଏବଂ ନଗଦ ଟଙ୍କା ମଧ୍ୟ ଜବତ କରିଛି । ସୂଚନା ଅନୁସାରେ ପୂଜା ନାମକ ଜଣେ ଯୁବତୀ ସେକ୍ଟର-୧୯ ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଟଙ୍କା ଉଠାଇ ସାଇକେଲରେ ଘରକୁ ଫେରୁଥିବା ସମୟରେ ଏହି ଘଟଣା ଘଟିଥିଲା । ଦୁଇ ଅଭିଯୁକ୍ତ ଏକ ମୋଟର ସାଇକେଲରେ ଆସି ତାଙ୍କ ବ୍ୟାଗକୁ ଜୋରଜବରଦସ୍ତ ଛଡ଼ାଇ ନେଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ । ଅଭିଯୋଗ ପାଇ ପୋଲିସ୍ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଉଭୟ ଛିନତାଇକାରୀଙ୍କୁ ଖୋଜି ବାହାର କରି ଗିରଫ କରାଯାଇଛି । ଏଥିସହିତ ଚୋରି ବ୍ୟାଗ ଏବଂ ଟଙ୍କା ମଧ୍ୟ ଜବତ କରିଛି ସେକ୍ଟର-୧୯ ପୋଲିସ୍ । ଉଭୟ ମାମଲାର ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟଶନୁଷ୍ଠାନ ଆରମ୍ଭ କରାଯାଇଛି ବୋଲି ରାଉରକେଲା ପୋଲିସ୍ ପକ୍ଷରୁ ସେକ୍ଟର-୧୯ ଥାନାରେ ଥାନା ଅଧିକାରୀ ଏ ସାହୁ ଏବଂ ସେକ୍ଟର-୭ ଥାନାର ଥାନା ଅଧିକାରୀଙ୍କ ସହିତ ଡି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଡିଏସପି ଯୋଗେଶ ପଣ୍ଡା ।
Prev Post