
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶନିବାର ଦିନ ଟିଟିଲାଗଡ଼ ପୋଲିସ ପକ୍ଷରୁ ୪ଟି ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରାଯାଇଛି । ଥାନାଧିକାରୀ ଶ୍ରୀମତୀ କଲ୍ୟାଣୀ ବେହେରାଙ୍କ ନେତୃତ୍ୱରେ ଓଏମ୍ଏମ୍ସି ରୁଲ୍ ୨୦୧୬ ଅନୁଯାୟୀ ଧରପଗଡ କରାଯାଇଥିଲା । ଏନେଇ ଭାରତୀୟ ନ୍ୟାୟ ସଂହିତା ଧାରା ୩୦୩(୨)/୬୧(୨) ବିଏନ୍ଏସ୍/୫୧ ଅନୁଯାୟୀ କେସ୍ ନମ୍ବର ୯୨/୨୦୨୫ ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ଥାନାଧିକାରୀ ଶ୍ରୀମତୀ କଲ୍ୟାଣୀ ବେହେରା ସୂଚନା ଦେଇଛନ୍ତି । ଏହି କେସ୍ ଅନୁଯାୟୀ ବାଲି ବୋଝେଇ ଥିବା ୪ଟି ଟ୍ରାକ୍ଟର ସହ ୪ଜଣ ଚାଳକଙ୍କୁ ଅଟକ ରଖାଯାଇଛି ।