oom

ବିପୁଳ ପରିମାଣରେ ଗଞ୍ଜେଇ ଜବତ

jsmm

ମୁନିଗୁଡା, (ରମାକାନ୍ତ ପଡ଼ାଲ) : ଗତ ରାତିରେ ଏକ ବିଶେଷ ସୂତ୍ରରୁ ଖବର ପାଇ ମୁନିଗୁଡା ଆଇଆଇସି ଶ୍ରୀମତୀ ସୌଦାମିନୀ ବେହେରା ଏକ ଟିମ ଧରି ଚନ୍ଦ୍ରପୁର ବ୍ଲକର ଡାଙ୍ଗସୋରଡା ନିକଟରେ ଏକ ଟାଟାଏସି ଭ୍ୟାନ ନଂ ୟୁପି ୧୨ ବି ୬୯୨୨ ଉପରେ ଅତର୍କିତ ଚଢ଼ାଉ କରି ୧୭୯ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ ସହ ଦୁଇଜଣଙ୍କୁ ଗିରଫ କରିଥିବା ବେଳେ ମାଫିଆଙ୍କ ଠାରୁ ନଗଦ ୧୧୦୦୦ ଟଙ୍କା ଓ ଏକ ଏଣ୍ଡ୍ରୋଏଡ଼ ମୋବାଇଲ ଜବତ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧୮ ଲକ୍ଷ ହେବ ବୋଲି ବିଷମକଟକ ଏସ୍‌ଡ଼ିପିଓ ସନ୍ତୋଷିନୀ ଓରାମ ଏକ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି । ଗଂଜେଇ ଗୁଡାରୀ ଅଂଚଳରୁ ଡାଙ୍ଗସୋରଡ଼ା ଦେଇ ଉତ୍ତର ପ୍ରଦେଶକୁ ଚାଲାଣ ହେଉଥିବା ଜଣାପଡ଼ିଛି ।

jittmm
Leave A Reply

Your email address will not be published.