୬ ରାଉଣ୍ଡ ଗୁଳି ଓ ପିସ୍ତଲ ସହ ଗଂଜେଇ ଜବତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ବନ୍ଧୁକ ସହ ୫୦ କେଜି ଗଂଜେଇ ଓ ଏକ କାର ଜବତ । ଆଜି ସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗର ଜିଲ୍ଲା ମୋବାଇଲ ୟୁନିଟ ଓ ବିନିକା ସଦର ରେଞ୍ଜଙ୍କ ମିଳିତ ଚଢ଼ାଉରେ ମହାଦେବପାଲି ନିକଟରେ ଏକ କାରକୁ ସନ୍ଦେହେରେ ଅଟକାଇ ଥିଲେ । କାର ଯାଞ୍ଚ ବେଳେ ଏକ ବନ୍ଧୁକ ଓ ୬ ରାଉଣ୍ଡ ଗୁଳି ସହ କାରରୁ ୫୦ କେଜି ଗଞ୍ଜେଇ ପାଇଥିଲେ । ତେବେ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନେ ହେଲେ ଚନ୍ଦ୍ରକାନ୍ତ ପଧାନ ଓ ଅରବିନ୍ଦ ଦେହୁରୀ ଉଭୟେ ବୌଦ୍ଧ ଜିଲ୍ଲା ଜନ୍ନାପଙ୍କର ବୋଲି ବିଭାଗ ପକ୍ଷରୁ ସୂଚନା ଦିଅଯାଇଛି । ତେବେ ଆସନ୍ତାକାଲି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.