ବନ ବିଭାଗର ବଡ଼ ଧରଣର ଚଢ଼ଉ‌ : ଘଟଗାଁ ସାନ୍ତରାପୁର ଗ୍ରାମରେ ୭ ଟ୍ରିପରୁ ଅଧିକ କାଠ ଜବତ

ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ଗ୍ରାମରେ ଡିଏଫ୍‌ଓଙ୍କ ତତ୍ୱାବଧାନରେ ସାନ୍ତରାପୁର ଗ୍ରାମରେ ବନ ବିଭାଗର ବଡ଼ ଧରଣର ଚଢ଼ଉ‌ କରିଛି । ଘଟଣା ସ୍ଥଳରେ ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୭ ଟ୍ରିପରୁ ଅଧିକ କାଠ ଜବତ ହୋଇଥିବା ଜଣାପଡିଛି । ଆଗକୁ ଆହୁରି ମଧ୍ୟ କାଠ ଜବତ ନେଇ ଚଢ଼ଉ ଜାରି ରହିଛି । ଘଟଗାଁ ବ୍ଲକ ସନ୍ତରାପୁର ଗ୍ରାମ କେନ୍ଦୁଝର ଜିଲ୍ଲାର ଚୋରା କାଠ ମାଫିଆଙ୍କ ହବ କୁହାଯାଉଥିବା ବେଳେ ଅନେକ ବାର ବନ ବିଭାଗ ଚଢ଼ଉ କରି ବିଫଳ ହେଉଥିବା ବେଳେ ଆଜି ବନ ବିଭାଗକୁ ବଡ ସଫଳତା ମିଳିଛି ।

Leave A Reply

Your email address will not be published.