oom

ଭିଜିଲାନ୍ସ କବଜାରେ ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ସରପଞ୍ଚ : ନଗଦ ୫.୪ ଲକ୍ଷ ଟଙ୍କା ସହିତ ବୋଲେରୋ ଜବତ

jsmm

ଭବାନୀପାଟଣା, (ନିକୁଞ୍ଜ ଚଲାନ) : କଳାହାଣ୍ଡି ଜିଲ୍ଲାର ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହାଲ ସରପଞ୍ଚ ଇଞ୍ଜିନିୟର ଦିନେଶ କୁମାର ରାଉତଙ୍କୁ ନଗଦ ୫.୪ ଲକ୍ଷ ଟଙ୍କା ସହିତ ଧରିଲା ଭିଜିଲାନ୍ସ ଟିମ୍ । ସରପଞ୍ଚ ଦୀନେଶ କୁମାର ରାଉତ ଗୋଲାମୁଣ୍ଡାରୁ ବୃନ୍ଦାବାହାଲ ଅଭିମୁଖେ ନିଜର ଓଡ଼ି ୦୮ ସି ୫୩୩୫ ନମ୍ବର ବୋଲେରୋ ଗାଡିରେ ଟଙ୍କା ନେଇ ଘରକୁ ଯାଉଥିବା ବେଳେ ଖାଲିଆକାନି ନିକଟରେ ଓଡିଶା ଭିଜିଲାନ୍ସର ଏକ ଟିମ୍ ତାଙ୍କୁ ଅଟକାଇଥିଲା । ତାଙ୍କ ପାଖରୁ ସନ୍ଦେହଜନକ ଭାବେ ନଗଦ ୫.୪ ଲକ୍ଷ ଟଙ୍କା ମିଳିଥିବାର ଜଣାପଡିଛି । ଶ୍ରୀ ରାଉତ ଟଙ୍କାର ସନ୍ତୋଷଜନକ ହିସାବ ଦେଇନପାରିବାରୁ ତାଙ୍କଠାରୁ ଟଙ୍କା ଜବତ କରାଯାଇଥିବା ଜଣାପଡିଛି । ତାଙ୍କ ବୋଲେରୋ ଗାଡି ମଧ୍ୟ ଜବତ ହୋଇଥିବା ଜଣାପଡିଛି । ଏ ସଂକ୍ରାନ୍ତରେ ଭିଜିଲାନ୍ସ ଟିମ୍ ଶ୍ରୀ ରାଉତଙ୍କୁ ଅଟକ ରଖି ତାଙ୍କ ଘର ସହିତ ଅନ୍ୟ କେତେକ ସ୍ଥାନରେ ଚଢ଼ାଉ କରି ତଦନ୍ତ ଜାରି ରଖିଛି ଭିଜିଲାନ୍ସ ଟିମ୍ । ନିକଟ ଅତୀତରେ ସରପଞ୍ଚ ଇଂ ଦିନେଶ କୁମାର ରାଉତ ନିଜେ କିଛି ଉନ୍ନୟନ ମୂଳକ କାର୍ଯ୍ୟ କରିଥିବା ବେଳେ ସେଥିରୁ ବିଲ୍‌ ହୋଇଥିବା କୁହାଯାଉଥିବା ବେଳେ ବିଭାଗୀୟ ସୂତ୍ରରେ ହେଉଥିବା କାର୍ଯ୍ୟ କିପରି ଭାବେ ସରପଞ୍ଚ ନିଜେ ସମ୍ପାଦନ କରୁଥିଲେ ତାହା ସନ୍ଦେହ ଜନକ ଥିଲା । ଜୁନାଗଡ ବିଧାୟକ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ରଙ୍କ ଅତ୍ୟନ୍ତ ଘନିଷ୍ଠ ଭାବେ ଜଣାଶୁଣା ଦିନେଶ କୁମାର ରାଉତ ବିଜେଡିର ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ମଧ୍ୟ କାର୍ଯ୍ୟ କରୁଥିବା ଜଣାପଡିଛି । ଖବର ପାଇ ଭିଜିଲାନ୍ସ ଟିମ୍‌ ଦ୍ୱାରା ତଦନ୍ତ ଚାଲିଥିବା ଜଣାପଡିଛି । ଆଗକୁ ଦୁର୍ନୀତି ଅଭିଯୋଗ ହେଇଥିବା ବିଭିନ୍ନ ପଞ୍ଚାୟତର ମଧ୍ୟ ତଦନ୍ତ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

jittmm
Leave A Reply

Your email address will not be published.