om academy

ଟିଟିଲାଗଡ ସହରରେ ବନବିଭାଗ ପକ୍ଷରୁ ତିନୋଟି ସ୍ଥାନରେ ଚଢାଉ : ଲକ୍ଷ ଲକ୍ଷ ଟଙ୍କାର କାଠ ସାମଗ୍ରୀ ଜବତ

jsm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର କେତେକ ସ୍ଥାନରେ ବହୁ ମୂଲ୍ୟ ଶାଗୁଆନ, ଶାଳ ତଥା ଅନେକ କାଠ ନିର୍ମିତ ସାମଗ୍ରୀ ବେଆଇନ ଭାବେ ଗଚ୍ଛିତ ଥିବା ସୁଚନା ପାଇ ବଲାଙ୍ଗିର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରାଙ୍କ ନିର୍ଦ୍ଦେଶ ଅନୁଯାୟୀ ଟିଟିଲାଗଡ ଓ ସଇଁତଲା ବନବିଭାଗର ମିଳିତ ଉଦ୍ୟମରେ ଟିଟିଲାଗଡ ସହରର ସର୍ଗିଗୁଡା, ରେଲୱେ କଲୋନୀ ଏବଂ ଠିକାଦାର ପଡ଼ାରେ ଚଢାଉ କରାଯାଇଥିଲା । ଏହି ଚଢ଼ାଉରେ ଅର୍ଦ୍ଧ ନିର୍ମିତ ଖଟ, ସୋଫା, ଚୌକି, ଶାଗୁଆନ ଗଣ୍ଡି, ଶାଳ ଗଣ୍ଡି, କାଠ କାଟିବା ଯନ୍ତ୍ର , ମେସିନ, ହାତ କରତ ଆଦି ଜବତ କରାଯାଇଥିବା ସୂଚନା ଦିଆଯାଇଛି । ତିନୋଟି ପୃଥକ ପୃଥକ ମାମଲା ରୁଜୁ କରାଯିବା ସହ ଅଧିକ ତଦନ୍ତ ଜାରି ରହିଥିବା ଟିଟିଲାଗଡ ବନ ଖଣ୍ଡ ଅଧିକାରୀ ସଚିଦାନନ୍ଦ ସୁବୁଦ୍ଧି ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ଚଢ଼ାଉ ସମୟରେ ଟିଟିଲାଗଡ ବନପାଳ ସୁରେନ୍ଦ୍ର ମହାରଣା, ସଇଁତଲା ବନପାଳ ସୁଶିଲ ପୁଟା ଓ ଅନ୍ୟ ବନବିଭାଗର କର୍ମଚାରୀମାନେ ସାମିଲ ଥିଲେ ।

Leave A Reply

Your email address will not be published.