centurian jitm

୨୫ ଟନ୍‌ ଗୋରୁ ଚମଡା ବୋଝେଇ ହୋଇଥିବା ଟ୍ରକ ଜବତ

nschool

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ତମାଣ୍ଡୋ ଥାନା ଅଞ୍ଚଳରୁ ଗୋରୁ ଚମଡା ବୋଙେଇ ଟ୍ରକକୁ ପୋଲିସ ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଟ୍ରକଟି ହାଇଦ୍ରାବାଦରୁ କଲିକତା ଯାଉଥିବା ବେଳେ ତମାଣ୍ଡୋ ଜାତୀୟ ରାଜପଥ ନିକଟରେ କିଛି ଲୋକ ଏହି ଟ୍ରକଟିକୁ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ କରିବାରୁ ଏଥିରୁ ପ୍ରାୟ ୨୫ ଟନ୍‌ ଗୋରୁ ଚମଡା ଥିବା ଜଣାପଡିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌ଟିକୁ ଜବତ କରି ୨ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ଥିବା କୁହାଯାଇଛି ।

Leave A Reply

Your email address will not be published.