oom

ଆର୍ମି ଓ ଗୁଗୁଲ ଢ଼ାବାରେ ଚଢ଼ାଉ : ବିପୁଳ ପରିମାଣର ବିଦେଶୀ ମଦ ଜବତ, ଦୁଇ ଗିରଫ

jsmm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ୨୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ ସ୍ଥିତ ଢ଼ାବା ଗୁଡିକରେ ଦେଶୀ ଓ ବିଦେଶୀ ମଦର ଅବାଧ କାରବାର ହେଉଥିବା ଅଭିଯୋଗ ହୋଇ ଆସୁଥିଲା । ଅଭିଯୋଗକୁ ଭିତ୍ତି କରି ଲୋଇସିଂହା ପୋଲିସ ରୁଗୁଡ଼ିଖାଲ ଓ ରାମପୁର ସ୍ଥିତ ଦୁଇଗୋଟି ଢ଼ାବାରେ ଚଢ଼ାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଥିବା ଜଣାଯାଇଛି । ଲୋଇସିଂହା ଥାନା ରୁଗୁଡ଼ିଖାଲ୍ ସ୍ଥିତ ଆର୍ମି ଢ଼ାବାରେ ଚଢ଼ାଉ କରି ପୋଲିସ ବିଭିନ୍ନ ବ୍ରାଣ୍ଡର ୧୫୮ ଟି ବିଦେଶୀ ମଦ ବୋତଲ ୬୩ ଲିଟରରୁ ଅଧି୍‌କ ମଦ ଜବତ କରିବା ସହିତ ଢ଼ାବା ମାଲିକ ରାମପୁର ଗ୍ରାମର ଦଳଗଞ୍ଜନ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେହିପରି ରାମପୁର ନିକଟସ୍ଥ ଗୁଗୁଲ ଢ଼ାବାରୁ ବିଭିନ୍ନ ବ୍ରାଣ୍ଡର ୨୭ଟି ବିଦେଶୀ ମଦ ବୋତଲ ୧୭ ଲିଟର ଜବତ କରାଯାଇଥିବା ବେଳେ ପିପିଲି ଗ୍ରାମର କାହ୍ନା ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ଯାଜ୍ଞସେନି ନାୟକ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.