
ଭୁବନେଶ୍ୱର : ସହିଦନଗର ଥାନା ପୁଲିସ ଭିଏସ୍ଏସ୍ନଗର ଲେବଲ କ୍ରସିଂ ନିକଟରେ ଚଢ଼ଉ କରି ଜଣେ ଲୁଟେରାଙ୍କୁ ଗିରଫ କରିବା ସହ ୧୫ଟି ଚୋରା ମୋବାଇଲ ଜବତ କରିଛି । ଗିରଫ ଯୁବକ ଜଣକ ହେଲେ କବି ନାୟକ(୩୯) । ଘର ଗଞ୍ଜାମ ତାରସିଂ । ସେ ଚକେଇସିଆଣି ଶ୍ରୀରାମନଗର ବସ୍ତିରେ ରହୁଥିଲେ । ତାଙ୍କଠାରୁ ଏକ ବାଇକ ମଧ୍ୟ ଜବତ ହୋଇଛିି । ଆଜି ସକାଳେ କବି ଏକ ବାଇକ ଧରି ଭିଏସ୍ଏସ୍ନଗର ଲେବଲ କ୍ରସିଂ ନିକଟରେ ଛିଡା ହୋଇ କିଛି ମୋବାଇଲ ବିକ୍ରି କରିବା ପାଇଁ ଉଦ୍ୟମ କରୁଥିଲେ । ପୁଲିସ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା । ଅପରାହ୍ନରେ କବିଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।