୩୫ ବୋତଲ କଫ୍‌ ସିରଫ ଓ ୮୦ ଲିଟର ମଦ ଜବତ : ୩ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଥାନା ଅନ୍ତର୍ଗତ ଯନକେଡା ଓ ପାଇକମାଲ ଥାନା ଅଧୀନରେ ଥିବା ଭୋଇପଡା ଗ୍ରାମରେ ବେଆଇନ କଫ୍ ସିରଫ୍ ଓ ଚୋରା ରନ୍ଧା ମଦ କାରବାର ହେଉଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଅଧିକ୍ଷକ ପ୍ରଦୀପ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ନିରୀକ୍ଷକ କୁବେର ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ଉ କରି ପାଇକମାଲ ସ୍ଥିତ ଭୋଇପଡାର ମହମ୍ମଦ ନାସିରଙ୍କ ଘରୁ ୩୫ ବୋତଲ ବେଆଇନ କଫ୍ ସିରଫ୍ ଜବତ କରିବା ସହ ତାକୁ ଗିରଫ କରିଛି ଅବକାରୀ ବିଭାଗ । ସେହିପରି ପଦ୍ମପୁର ଥାନା ଜନକେଡା ଗ୍ରାମରୁ ୪୦ ଲିଟର ଚୋରା ରନ୍ଧା ମଦ ଜବତ୍ ସହ ଲକ୍ଷ୍ମଣ ମଲ୍ଲିକ, ଯୁବରାଜ ବରିହାଙ୍କୁ ଗିରଫ କରିଛି ଅବକାରୀ । ବିଭାଗ ଏହି ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ଏହି ଚଢଉରେ ଅବକାରୀ ଇନ୍ସପେକ୍ଟର କୁବେର ସେଠୀଙ୍କ ସମେତ ଭାରପ୍ରାପ୍ତ ଅଧିକାରୀ ହେମକାନ୍ତ ସୁନା, ଏଏସ୍‌ଆଇ ରାଜକୁମାର ବେହେରା, ବିଜୟ ପାଣିଗ୍ରାହୀ, ନନ୍ଦକିଶୋର ପ୍ରଧାନ, କନଷ୍ଟେବଳ କେନାଲୁ ଭୋଇ, କେଶବ ବେହେରା, ମୁକେଶ ବିଶ୍ଵାଳ, ପ୍ରଶାନ୍ତ ବାଗ, ଅହଲ୍ୟା ମାଝୀ, ନମୋବତି ମଲିକ, ଶିବାନୀ ଭୋଇ ଚଢ଼ଉରେ ସାମିଲ ଥିଲେ ।

Leave A Reply

Your email address will not be published.