jayashree

ବନ ବିଭାଗର ଚଢ଼ାଉ : ଖଇର କାଠ ବୋଝେଇ ପିକ୍‌ଅପ୍‌ ଜବତ, ୧ ଗିରଫ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ହରିଶଙ୍କର ବନବିଭାଗ ଡୁଡ଼କିପଦର ଚାଉଲବାଞ୍ଜି ରାସ୍ତାରେ ଚଢାଉ କରି ବିଳମ୍ବିତ ରାତିରେ ଖଇର କାଠ ବୋଝେଇ ଏକ ପିକ୍‌ଅପ୍‌ ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଡୁଡ଼କିପଦର ଗ୍ରାମ ନିକଟସ୍ଥ ସୁକତେଲ ଜୋରଠାରେ ବେଆଇନ ଭାବେ ତୁରେକେଲା ଥାନା ମହୁଲପାଟି ଗ୍ରାମକୁ କାଠ ଚୋରା ଚାଲାଣ ହେଉଥିବା ହରିଶଙ୍କର ବନ ବିଭାଗ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲେ । ହରିଶଙ୍କର ବନାଞ୍ଚଳ ଅଧିକାରୀ ଗିରିଧାରୀ ନାଗଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରି ରାତ୍ର ୧୧ଟା ସମୟରେ ଡୁଡ଼କିପଦର ଚାଉଲବାଞ୍ଜି ରାସ୍ତାରେ ଥିବା ସୁକତେଲ ଜୋରଠାରେ ଚଢ଼ାଉ କରି ପ୍ରାୟ କୋଡିଏ କ୍ୱିଣ୍ଟାଲ ଖଇର କାଠ ଜବତ କରିଥିଲେ । ଯାହାର ଆନୁମାନିକ ମୂଲ୍ୟ ୪୨ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ଜବତ ହୋଇଥିବା କାଠ ଗୋଟିଏ ମହିନ୍ଦ୍ରା ପିକ୍‌ଅପ୍‌ ନଂ ଓଆର ୦୩ସି ୨୫୫୬ରେ ବୁହା ହୋଇ ତୁରେକେଲା ଥାନା ଅନ୍ତର୍ଗତ ମହୁଲପାଟି ଗ୍ରାମକୁ ଏବଂ ପରେ ବାହାର ରାଜ୍ୟକୁ ଚାଲାଣ ହେଉଥିବା ଅଭିଯୁକ୍ତ ସରଜୁ ମେହେର କହିଥବା ଜଣାପଡିଛି । ଅଭିଯୁକ୍ତ ସରଜୁ ମେହେର ଆଗରୁ ମଧ୍ୟ ବାରମ୍ବାର ବେଆଇନ କାଠ ଚୋରା ଚାଲାଣରେ ଜେଲ ଯାଇଥିବା ସୂଚନା ମିଳିଛି । ଓଆର ୨୩୨/୨୦୧୩-୧୪ ଏବଂ ଓଆର ୮୫/୨୦୧୪-୧୫ରେ ପାଟଣାଗଡ଼ ବନବିଭାଗ ଅଭିଯୁକ୍ତ ଜଣଙ୍କୁ ଦୁଇଥର କୋର୍ଟ ଚାଲାଣ କରିଥିବା ବେଳେ ଏବେ ଖପ୍ରାଖୋଲ ବନବିଭାଗ ଅଭିଯୁକ୍ତଙ୍କ ସହ ପିକ୍‌ଅପ୍‌ ଏବଂ କାଠକୁ ଜବତ କରି ଖପ୍ରାଖୋଲ ବନବିଭାଗ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରିଛି । ଏନେଇ ଓଆର ନଂ ୩୩/୨୦୨୩-୨୪ ଅନୁଯାୟୀ ଅଭିଯୁକ୍ତଙ୍କୁ ପାଟଣାଗଡ଼ କୋର୍ଟକୁ ଚାଲାଣ କରିଥିବା ହରିଶଙ୍କର ବନାଞ୍ଚଳ ଅଧିକାରୀ ଗିରଧାରୀ ନାଗ ପ୍ରକାଶ କରିଛନ୍ତି । ଚଢାଉ ବେଳେ ହରିଶଙ୍କର ବନପାଳ କୁମାରୀ ସନ୍ଧ୍ୟାରାଣୀ ସେଠ୍, ଖପ୍ରାଖୋଲ ବନପାଳ ସୁଧୀର ଜେନା, ବନରକ୍ଷୀ ରାଜେନ୍ଦ୍ର ଧରୁଆ, ପିତାମ୍ବର ମାଝୀଙ୍କ ସହ ବନ ସୁରକ୍ଷା ଦଳ ଉପସ୍ଥିତ ଥିଲେ ।

Leave A Reply

Your email address will not be published.