centurian jitm

ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଜବତ

nschool

ସୋନପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଲାତୁରପେଟ ସ୍ଥିତ ରୁଦ୍ର ମହାକୁଡଙ୍କ ବାସଭବନରେ ଯୋଗାଣ ବିଭାଗ ପକ୍ଷରୁ ଶୁକ୍ରବାର ଚଢାଉ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ରୁଦ୍ର ନିଜ ବାସଭବନରେ ବେଆଇନ ଭାବରେ ବିପୁଳ ପରିମାଣର ଗ୍ୟାସ ସିଲିଣ୍ଡର ମହଜୁଦ ରଖି ଦୀର୍ଘ ବର୍ଷ ଧରି ବ୍ୟବସାୟ ଚଳାଇ ଆସୁଥିଲେ । ଏହି ଅଭିଯୋଗ ମିଳିବା ପରେ ଯୋଗାଣ ବିଭାଗ ପକ୍ଷରୁ ଚଢାଉ ହୋଇଥିଲା । ତେବେ ଚଢାଉ ସମୟରେ ହିନ୍ଦୁସ୍ଥାନ ପେଟ୍ରୋଲିୟମ(ଏଚ୍‌ପି) କମ୍ପାନୀର ବିପୁଳ ପରିମାଣର ସବ୍‌ସିଡିଯୁକ୍ତ ରନ୍ଧନ ଗ୍ୟାସ ସିଲିଣ୍ଡର ଦେଖି ଯୋଗାଣ ବିଭାଗର ଅଧିକାରୀମାନେ ତାଜୁବ୍‌ ହୋଇ ଯାଇଥିଲେ । ରୁଦ୍ରଙ୍କ ବାସଭବନରୁ ୬୫ଟି ଖାଲି ସିଲିଣ୍ଡର ଓ ୧୬୩ଟି ଗ୍ୟାସ ଭର୍ତ୍ତି ସିଲିଣ୍ଡର ମୋଟ ୨୨୮ଟି ସିଲିଣ୍ଡର ଠାବ କରାଯାଇଥିଲା । ବିଭାଗ ପକ୍ଷରୁ ସମସ୍ତ ସିଲିଣ୍ଡର ଜବତ କରାଯାଇ କେନ୍‌ଝିରିଆପାଲି ସ୍ଥିତ ଏଚ୍‌ପି କମ୍ପାନୀର ଏଜେନ୍ସିଙ୍କ ଜିମା ଦିଆଯାଇଛି । ଏହି ବେଆଇନ କାର୍ଯ୍ୟ ସମ୍ପର୍କରେ ଯୋଗାଣ ବିଭାଗ ଜିଲ୍ଲାପାଳଙ୍କ ଜରିଆରେ ଏଚ୍‌ପି କମ୍ପାନୀକୁ ଅବଗତ କରିବ ବୋଲି ଜଣାପଡିଛି । ଆଇନ ଅନୁଯାୟୀ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ କୁମାର ପାଣିଗ୍ରାହୀ କହିଛନ୍ତି । ସହକାରୀ ଯୋଗାଣ ଅଧିକାରୀ ଲଳିତ ମୋହନ ପଟ୍ଟନାୟକଙ୍କ ନେତୃତ୍ୱରେ ବୀରମହାରାଜପୁର ଯୋଗାଣ ନିରୀକ୍ଷକ ପିଙ୍କୁ ଭୋଇ, ସୋନପୁର ଯୋଗାଣ ନିରୀକ୍ଷକ ଦେବାଶିଷ ତ୍ରିପାଠୀ ଓ ଉଲୁଣ୍ଡା ଯୋଗାଣ ନିରୀକ୍ଷକ ରାଜକିଶୋର ନାୟକ ଏହି ଚଢାଉରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.